ନୂଆଦିଲ୍ଳୀ : ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଶୁକ୍ରବାର ଚଳିତ ବର୍ଷର ପଦ୍ମ ପୁରସ୍କାରର ଘୋଷଣା କରାଯାଇଛି। ଚଳିତ ବର୍ଷ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ, ୧୪ ଜଣଙ୍କୁ ପଦ୍ମ ଭୂଷଣ ଓ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।
ଚଳିତ ବର୍ଷ ୩ଜଣ ଓଡ଼ିଆ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଉଛନ୍ତି ଦୈତାରୀ ନାୟକ, କମଳା ପୂଜାରୀ ଓ ଡି.ପ୍ରକାଶ ରାଓ । ଏମାନଙ୍କ ବ୍ୟତୀତ ପ୍ରବାସୀ ଭାରତୀୟ ତଥା ବିଶିଷ୍ଟ ଲେଖକ ଗୀତା ମେହେଟାଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଦୈତାରୀ ନାଏକଙ୍କୁ ସମାଜସେବା, କମଳା ପୂଜାରୀଙ୍କୁ କୃଷି ଏବଂ ଡି. ପ୍ରକାଶ ରାଓଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟାଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେ ପ୍ରବାସୀ ଭାରତୀୟ ଭାବେ ଏହି ପଦ୍ମଶ୍ରୀ ସମ୍ମାନ ପାଇବେ।



