www.samajalive.in
Wednesday, December 10, 2025
15.1 C
Bhubaneswar

ପଦ୍ମ ପୁରସ୍କାରର ଘୋଷଣା : ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୪ ଜଣଙ୍କୁ ପଦ୍ମ ଭୂଷଣ ଓ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଳୀ : ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଶୁକ୍ରବାର ‌ଚଳିତ ବର୍ଷର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ‌ ଚଳିତ ବର୍ଷ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ, ୧୪ ଜଣଙ୍କୁ ପଦ୍ମ ଭୂଷଣ ଓ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଶିକ୍ଷା, ସାହିତ୍ୟ, କଳା, ସମାଜସେବା, ବିଜ୍ଞାନ ଓ ଇଞ୍ଜିନିୟରିଂ ଓ ଉଦ୍ୟୋଗ, ମେଡିସିନ, କ୍ରୀଡ଼ା ଓ  ପ୍ରଶାସନିକ ସେବା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

ଚଳିତ ବର୍ଷ ଲୋକଗୀତ  ଗାୟିକା ଶ୍ରୀମତୀ ତିଜନ ବାଈ, ଶ୍ରୀ ଇସମାଇଲ ଓମର ଗୁଲେଲ(ବିଦେଶୀ), ଶ୍ରୀ ଅନିଲ କୁମାର ମୁନିଭାଇ ନାଇକ, ଶ୍ରୀ ବଳୱନ୍ତ ମୋରେଶ୍ବର ପୁରନ୍ଦରେଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ।

- Advertisement -

ସେହିପରି ପ୍ରଖ୍ୟାତ ସାମ୍ବାଦିକ ତଥା ସ୍ତମ୍ଭକାର ସ୍ବର୍ଗତ କୁଲଦୀପ ନାୟର, ପ୍ରଖ୍ୟାତ ଅଭିନେତା ମୋହନ ଲାଲ, ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣ , ପର୍ବତାରୋହୀ ବୈଛେନ୍ଦ୍ରି ପାଲ, ଶ୍ରୀ ହୁକୁମଦେବ ନାରାୟଣ ଯାଦବ, ବୁଦ୍ଧାଦିତ୍ୟ ମୁଖାର୍ଜୀ, ଶ୍ରୀ କାରିୟା ମୁଣ୍ଡା, ଶ୍ରୀ ସୁଖଦେବ ସିଂହ ଧିଣ୍ଡସା ପ୍ରମୁଖ ୧୪ ଜଣଙ୍କୁ ପଦ୍ମ ଭୂଷଣ ରେ ସମ୍ମାନିତ କରାଯିବ।

ଅନ୍ୟପକ୍ଷରେ ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟା, ଅଭିନେତା ମନୋଜ ବାଜପେୟୀ, କ୍ରିକେଟର ଗୌତମ ଗମ୍ଭୀର, ଅଭିନେତା  ସ୍ବର୍ଗତ କାଦର ଖାନ, କୋରିଓଗ୍ରାଫର ପ୍ରଭୁ ଦେବା, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ, ଶ୍ରୀ ଦଇତାରୀ ନାୟକ, ଡି.ପ୍ରକାଶ ରାଓ, ଶଙ୍କର ମହାଦେବନ,ଶ୍ରୀମତୀ କମଳା ପୂଜାରୀ, ବଜରଙ୍ଗ ପୁନିଆ, ଶ୍ରୀମତୀ ଜମୁନା ଟୁଡୁଙ୍କ ସମେତ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି। ବାସ୍ତବରେ ଚଳିତ ବର୍ଷ ୧୧୨ଜଣଙ୍କ ନାମ ପଦ୍ମ ପୁରସ୍କାର ପାଇଁ ଘୋଷଣା ହୋଇଥିଲାବେଳେ ଦୁଇ ଜଣଙ୍କୁ ମିଳିତ ଭାବେ ପଦ୍ମ ପୁରସ୍କାର ପ୍ରଦାନ କରାଯିବ।

ତେବେ ଚଳିତ ଥର ପଦ୍ମ ପୁରସ୍କାର ମିଳିବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ୨୧ ମହିଳା, ଜଣେ ଟ୍ରାନ୍ସଜେଣ୍ଡର ଓ ୧୧ ବିଦେଶୀ, ଏନଆରଆଇ,ପିଆଇଓ,ଓସିଆଇ ସାମିଲ ଅଛନ୍ତି । ଅନ୍ୟ ପକ୍ଷରେ ତିନି ଜଣଙ୍କୁ ମରଣୋତ୍ତର ଭାବେ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories