www.samajalive.in
Monday, December 8, 2025
27.1 C
Bhubaneswar

ମାଲକାନଗିରି ଜିଲ୍ଲାରେ ବୃଦ୍ଧି ପାଉଛି ବାହାର ରାଜ୍ୟର ଫେରିବାଲା ସଂଖ୍ୟା

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ବହୁ ସଂଖ୍ୟାରେ ବାହାର ରାଜ୍ୟର ଫେରିବାଲା ବ୍ୟବସାୟୀଙ୍କ ଭିଡ ଜମିଛିା ବିଶେଷ କରି ମାଲକାନଗିରି ସଦର ମହକୁମାଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମାଞ୍ଚଳରେ ଏହି ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ବଢିଛିା କରୋନା ମହାମାରୀ ପରେ ଜିଲ୍ଲାରେ ଅର୍ଥନୈତିକ ସ୍ଥିତି ଶୋଚନୀୟ ହୋଇ ପଡିଥିବା ବେଳେ ବର୍ତମାନ ବାହାର ରାଜ୍ୟର ବ୍ୟବସାୟୀମାନେ ଜିଲ୍ଲାରେ ବ୍ୟବସାୟ କରି ଗଚ୍ଛିତ ଅର୍ଥକୁ ବାହାର ରାଜ୍ୟକୁ ପଠାଉଛନ୍ତିା ଏହା ଜିଲ୍ଲା ପାଇଁ ଅର୍ଥନୈତିକ ବିପଦ ସୃଷ୍ଟି କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛିା

ଜିଲ୍ଲାରେ ଏହା ପ୍ରଥମ ଥର ନୁହେଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପଡୋଶୀ ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ, ହାଇଦ୍ରାବାଦ, ରାଜସ୍ଥାନ, ହରିୟାଣା, ବିହାର ଓ ପଶ୍ଚିମବଙ୍ଗରୁ ହଜାର ହଜାର ସଂଖ୍ୟକ ଲୋକ ଏଠାକୁ ଦାଦନ ଖଟିବାକୁ ଆସୁଥିବା ବେଳେ ସମାନ ସଂଖ୍ୟକ ଫେରିବାଲା ମଧ୍ୟ ଜିଲ୍ଲାରେ ପ୍ରବେଶ କରୁଛନ୍ତି। ଯେଉଁଥି ପାଇଁ ଆଜି ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲା କରୋନା ମୁକ୍ତ ହୋଇ ପାରିନାହିଁ। ବାହାର ରାଜ୍ୟର ଲୋକ ଅନବରତ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଗସ୍ତ କରି ବ୍ୟବସାୟ କରୁଛନ୍ତି ଯଦ୍ୱାରା ଗ୍ରାମାଞ୍ଚଳର ଆର୍ଥିକ ସ୍ଥିତି ଭୁଶୁଡିବା ସହ ଡେଙ୍ଗୁ ଓ କରୋନା ତଥା ବିଭିନ୍ନ ମଶାବାହିତ ଓ ବାୟୁ ବାହିତ ରୋଗରେ ପୀଡିତ ହେଉଛନ୍ତିା ଏହା ବ୍ୟତୀତ ଚୋରୀ ଓ ଡକାୟତିଙ୍କ ଉପଦ୍ରବ ମଧ୍ୟ ବଢି ଚାଲିଛିା

- Advertisement -

ଗତ ଏକ ସପ୍ତାହ ମଧ୍ୟରେ ଓର୍କେଲ ଥାନା ଅଞ୍ଚଳର ଏମ୍‍.ଭି. ୫୧ ଓ ଏମ୍‍.ଭି. ୫୨ ଗ୍ରାମର ଦୁଇଟି ସ୍ଥାନରେ ଚୋରୀ ହୋଇଥିବା ଓର୍କେଲ ପୁଲିସ ନିକଟରେ ମାମଲା ରୁଜୁ ହୋଇଛିା ଏହା ବ୍ୟତୀତ ମାଲକାନଗିରି ସଦର ମହକୁମା ସ୍ଥିତ ସାପ୍ତାହିକ ହାଟରୁ ଅନେକ ଥର ମୋବାଇଲ ଚୋରି ହୋଇଥିବା ମାଲକାନଗିରି ପୁଲିସ ନିକଟରେ ମାମଲା ରୁଜୁ ହୋଇଥିବା ନଜିର ରହିଛିା ଏହି ମାମଲାରେ ବାହାର ରାଜ୍ୟରୁ ଆସିଥିବା ଲୋକମାନେ ହିଁ ଚିହ୍ନଟ ହୋଇଛନ୍ତିା ବର୍ତମାନ ଜିଲ୍ଲା ପ୍ରଶାସନ ଏହି ବାହାର ରାଜ୍ୟର ବ୍ୟବସାୟୀଙ୍କୁ ପ୍ରଶ୍ରୟ ନ ଦେଇ ଜିଲ୍ଲାରୁ ବ୍ୟବସାୟୀମାନଙ୍କୁ ବାହାର କରିବା ନିମନ୍ତେ ସାଧାରଣରେ ଦାବି ହୋଇଛିା

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories