www.samajalive.in
Wednesday, December 10, 2025
18.1 C
Bhubaneswar

ଏବେ ଆସାମ ସହ ଉତ୍ତର ପୂର୍ବ ଭାରତ ବିକାଶ କ୍ଷେତ୍ରରେ ଦୃତ ଗତିରେ ଆଗଉଛି-ହିମନ୍ତ ବିଶ୍ବଶର୍ମା

ଭୁବନେଶ୍ବର: ଆଜି ‘ଓଟିଭି’ର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ‘ଓଟିଭି ଫୋରସାଇଟ୍-୨୦୨୪’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜନୀତିରୁ ଅର୍ଥନୀତି, ସାମ୍ବିଦକତାରୁ ମହିଳା ସଂଶକ୍ତିକରଣ, ଗ୍ରାମୀଣ ଭାରତର ବିକାଶଠୁ ଓଡ଼ିଶାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଚିନ୍ତନ ଓ ମାନସ ମନ୍ଥନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ର ମନ୍ତ୍ରୀ ପ୍ରତିମା ଭୌମିକ, ଯୋଗଗୁରୁ ବାବା ରାମଦେବ, ମହାରାଷ୍ଟ୍ରର ଲୋକପ୍ରିୟ ମହିଳା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ, ଟିଭି-୯ ନେଟୱର୍କର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦେଶକ ବରୁଣ ଦାସ ପ୍ରମୁଖ ସାମିଲ ଯୋଗଦେଇଛନ୍ତି।

ଓଟିଭିର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ‘ଫୋର୍‌ସାଇଟ୍-୨୦୨୪ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ ପୂର୍ବ ସରକାର ସମୟରେ ଉତ୍ତର ପୂର୍ବାଞ୍ଚଳକୁ ହୀନ ଦୃଷ୍ଟିରେ ଦେଖାଯାଉଥିଲା। ସୀମାବର୍ତ୍ତି ଅଞ୍ଚଳକୁ ଅନୁନ୍ନତ କରି ରଖିବା ପୂର୍ବ ସରକାରଙ୍କ କାର୍ଯ୍ୟ ଥିଲା। ଆମ ଶୈଶବ ହିଂସା, ବିକ୍ଷୋଭ, ରକ୍ତପାତ ଦେଖି ଆରମ୍ଭ ହୋଇଥିଲା। ଏବେ ଆସାମ ସହ ଉତ୍ତର ପୂର୍ବ ଭାରତ  ବିକାଶ କ୍ଷେତ୍ରରେ ଦୃତ ଗତିରେ ଆଗଉଛି। ଯଦି କେହି ନିବେଶ କରିବାକୁ ଆଗ୍ରହୀ ତାହେଲେ ସେମାନେ ଆସାମରୁ ଆରମ୍ଭ କରିପାରିବେ ଶ୍ରୀ ବିଶ୍ବଶର୍ମା ପ୍ରକାଶ କରିଛନ୍ତି।

- Advertisement -

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି  ଗତ ୯ ବର୍ଷରେ ନର୍ଥଇଷ୍ଟକୁ କେଉଁଠିରୁ କେଉଁଠିକୁ ନିଆଯାଇଛି, ବିଶ୍ୱାସ ହେବନି। ୨୦୧୪ରେ ଆସାମ ବଜେଟ ଥିଲା ୪୨ ହଜାର କୋଟି, ଏବେ ଦେଢ଼ ଲକ୍ଷ କୋଟି’ । ଏସବୁ ଦେଖିଲେ ଆମେ ଆଉ ଲାଷ୍ଟ ମାଇଲ୍‌ ନୁହଁ, ଆମେ ଫାଷ୍ଟ ମାଇଲ୍‌ ବୋଲି ବିଶ୍ୱାସ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରକାଶ କରିଛନ୍ତି।

ଏହି ଅବସରରେ ଯୋଗଗୁରୁ ରାମଦେବ କହିଛନ୍ତି ଯେ ‘ଜୀବନରେ କେବେ ଛୋଟ ଚିନ୍ତା କରନି, ଟିକେ ବଡ଼ ଚିନ୍ତା କର । ଖାଲି ବଡ଼ ଚିନ୍ତା ନୁହେଁ, ତାକୁ ସାକାର କରିବାକୁ କଠିନ ପରିଶ୍ରମ କର ବୋଲି ବାବା ରାମଦେବ ପ୍ରକାଶ କରିଛନ୍ତି। ବିଶ୍ୱାସ ଓ ଭରସାର ବଡ଼ ପ୍ରତୀକ ହେଉଛି ଓଟିଭି। ଓଡ଼ିଶାର ୬୫ରୁ ୭୦ ପ୍ରତିଶତ ଲୋକ ଓଟିଭି ଉପରେ ଭରସା କରନ୍ତି। କୌଣସି ଆଞ୍ଚଳିକ ଚ୍ୟାନେଲକୁ ଆସିବା ଏହା ମୋର ପ୍ରଥମ ବୋଲି ବାବା ରାମଦେବ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ପ୍ରତିମା ଭୌମିକ ଯୋଗ ଦେଇ କହିଥିଲେ ଯେ ଆଜି ଦିଲ୍ଲୀ, ମୁମ୍ବାଇ ପରି ମେଟ୍ରୋ ନଗରୀର ଯେତିକି ଉନ୍ନତି ହେଉଛି, ଉତ୍ତରପୂର୍ବାଞ୍ଚଳରେ ବି ସେତିକି ଉନ୍ନତି ହେଉଛି। ଏବେ ଉତ୍ତର-ପୂର୍ବ ଭାରତର ନୂଆ ଇଞ୍ଜିନ ପାଲଟିଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ହିମନ୍ତ ବିଶ୍ୱଶର୍ମା ବିଜେପି କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories