www.samajalive.in
Sunday, December 7, 2025
15.1 C
Bhubaneswar

ଭାରତୀୟ ଚଳଚ୍ଚିତ୍ର ‘ପିରିୟଡ. ଏଣ୍ଡ ଅଫ ସେଣ୍ଟେନ୍ସ’ ହାତେଇଲା ଓସ୍କାର

ଲସ ଏଞ୍ଜେଲ୍ସ: ବହୁ ପ୍ରତୀକ୍ଷିତ ୯୧ତମ ଓସ୍କାର ଏକାଡେମୀ ପୁରସ୍କାର ପ୍ରଦାନ ଉତ୍ସବ ସୋମବାର(ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ ଅନୁସାରେ) ଲସ୍ ଏଞ୍ଜେଲ୍ସସ୍ଥିତ ହଲିଉଡ୍‌ର ଡଲବି ଥିଏଟରରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ପ୍ରାମାଣିକ ଚଳଚ୍ଚିତ୍ର କ୍ଷେତ୍ରରେ ଭାରତୀୟ ଚଳଚ୍ଚିତ୍ର ‘ପିରିୟଡ. ଏଣ୍ଡ ଅଫ ସେଣ୍ଟେନ୍ସ’ ଓସ୍କାର ପୁରସ୍କାର ହାତେଇଛି। ଚଳଚ୍ଚିତ୍ରର ପ୍ରଯୋଜକ ଗୁନୀତ ମୋଙ୍ଗାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

ସେହିପରି ହଲିଉଡ୍‌ ଅଭିନେତା ରାମି ମାଲେକଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଛି। ସେ ‘ବୋହେମିଆନ ରାପସୋଡି’ ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ପାଇଛନ୍ତି। ବ୍ରିଟିଶ ରକ୍‌ ବ୍ୟାଣ୍ଡର ମୁଖ୍ୟ ଗାୟିକା ଫ୍ରେଡି ମର୍କ୍ୟୁରୀଙ୍କ ଜୀବନୀ ଉପରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଛି।

- Advertisement -

ଓଲିଭିଆ କୋଲମ୍ୟାନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଓସ୍କାର ମିଳିଛି। ଚଳଚ୍ଚିତ୍ର ’ଦ ଫେଭରାଇଟ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହାବ୍ୟତୀତ ରୋମା ଚଳଚ୍ଚିତ୍ର ପାଇଁ ଆଲଫନସୋ କୁଏରନଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ ପୁରସ୍କୃତ କରାଯାଇଛି। ‘ଗ୍ରୀନ ବୁକ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

ବେଷ୍ଟ ଅରଜିନାଲ ସଙ୍ଗ୍‌ କ୍ଷେତ୍ରରେ ଲେଡି ଗାଗା, ମାର୍କ ରନସନ୍‌, ଆନ୍ଥୋନୀ ରୋସୋମାଣ୍ଡୋ ଏବଂ ଆନଡ୍ରିୟୁ ୱେଟ ଓସ୍କାର ପାଇଛନ୍ତି। ‘ସ୍ୟାଲୋ’ ଚଳଚ୍ଚିତ୍ର ପାଇଁ ସେମାନଙ୍କୁ ଏହି ପୁରସ୍କାର ମିଳିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories