ଡେସ୍କ: ଭାରତର ନିର୍ବାଚନ ଆୟୋଗ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ସେମାନଙ୍କର ନିର୍ବାଚନ ପ୍ରଚାର କାର୍ଯ୍ୟକଳାପରେ କେବଳ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ମିଜୋରାମ, ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏକକ ବ୍ୟବହାର ପ୍ଲାଷ୍ଟିକ ଏବଂ ମାଟିରେ ମିସୁନଥିବା ସାମଗ୍ରୀ ଠାରୁ ଦୂରେଇ ରହିବାକୁ କହିଛନ୍ତି।
ପରିବେଶର ସୁରକ୍ଷାକୁ ଏକ ସାମୂହିକ ଦାୟିତ୍ୱ ବୋଲି କହିବା ସହ ନିର୍ବାଚନ ଆୟୋଗ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ରାଜନୈତିକ ଦଳଗୁଡିକୁ ନିର୍ବାଚନକୁ ପରିବେଶ ଅନୁକୂଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସମସ୍ତ ରାଜନୈତିକ ଦଳକୁ ପରିବେଶ ଏବଂ ମାନବ ସ୍ୱାସ୍ଥ୍ୟର ସ୍ୱାର୍ଥରେ ପ୍ରଚାର କରିବାକୁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଉପରେ ନଜର ରଖିବାକୁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ କହିଛନ୍ତି।



