www.samajalive.in
Tuesday, December 9, 2025
16.1 C
Bhubaneswar

ଅନ୍‌ଲାଇନ୍‌ ଚାଲାଣ ନୁହେଁ ଅନ୍‌ଲାଇନ୍‌ ଲାଞ୍ଚ – ଏବେ ଦୁଇ ପୁଲିସ…

ଲକ୍ଷ୍ମୌ- ଏବେ ଅନେକ ଆର୍ଥିକ ନେଣ ଦେଣ ଅନ୍‌ଲାଇନ୍‌ରେ ହେଉଛି । ଏଥିରୁ ପୁଲିସ ବି ବର୍ତ୍ତିନାହାନ୍ତି । ଆମେ ଅନ୍‌ଲାଇନ୍‌ ଚାଲାଣ କଥା ନୁହେଁ ଅନ୍‌ଲାଇନ୍‌ ଲାଞ୍ଚ କଥା କହୁଛୁ । ଅନ୍‌ଲାଇନ୍‌ ଲାଞ୍ଚ ନେଇ ଦୁଇ ଜଣ ପୁଲିସ କର୍ମଚାରୀ ଜେଲ୍‌ରେ ।

ଭାରତ ନେପାଳ ସୀମାରେ ଥିବା ବଳରାମପୁରକୁ କିଛି ଯୁବକ ବୁଲିବା ପାଇଁ ଯାଇଥିଲେ । ସେଠାରେ ନିୟୋଜିତ ଥିବା ଏସ୍‌ଏ୍‌ସବି ଯବାନମାନେ ସୀମାପାର ହେବା ପାଇଁ ବାରଣ କରିଥିଲେ । ଏହାପରେ ସେହି ଯୁବକମାନେ ଫେରୁଥିବା ବେଳେ ଜରବା ଥାନାର ଦୁଇ ଜଣ ପୁଲିସ କର୍ମଚାରୀ ଏହି ଯୁବକମାନଙ୍କୁ ରୋକିଥିଲେ । ପୁଲିସ କନେଷ୍ଟବଳ ରାଜୁଯାଦବ ଏବଂ ଧୁର୍ବ,  ଏମାନଙ୍କୁ ୫ ଘଣ୍ଟାକାଳ ଥାନା ବାହାରେ ବସାଇ ରଖିଥିଲେ ।

- Advertisement -

ସେମାନଙ୍କୁ ଛାଡିବା ପାଇଁ ପ୍ରାୟ ୫୦ ହଜାର ଟଙ୍କା ମାଗିଥିଲେ । ୨୪ ହଜାର ଟଙ୍କା ନଗଦ ଏବଂ ୪ ହଜାର ଟଙ୍କା ଅନ୍‌ଲାଇନ୍‌ରେ ନେବାପରେ ଯୁବକମାନଙ୍କୁ ସେଠାରୁ ଛାଡିଥିଲେ ।

ଯୁବକମାନେ ସେଠାରୁ ଫେରିବାପରେ ଏସ୍‌ପିଙ୍କୁ ଏ ବିଷୟରେ ଲିଖିତ ଭାବରେ ଜଣାଇଥିଲେ । ଏହାର ଯାଞ୍ଚ କରାଯାଇଥିଲା । ଭ୍ରଷ୍ଟାଚାର ନିବାରଣ ଅଧିନିୟମରେ ଏହି ଦୁଇ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories