www.samajalive.in
Monday, December 8, 2025
27.1 C
Bhubaneswar

ନୁସରତ ଜହାଁଙ୍କୁ ଇଡି ସମନ

କଲକତା: ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଁଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ପଚରାଉଚରା ପାଇଁ ଆସନ୍ତା ସପ୍ତାହରେ ତାଙ୍କୁ କଲକତା ଡକାଯାଇଛି। ତାଙ୍କ ବିରୋଧରେ ସହରର ନ୍ୟୁ ଟାଉନରେ ଫ୍ଲାଟ ପ୍ରତିଶ୍ରୁତି ଦେଇ ବରିଷ୍ଠ ନାଗରିକଙ୍କୁ ଠକିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ନୁସରତଙ୍କୁ ସେପ୍ଟେମ୍ବର ୧୨ରେ କେନ୍ଦ୍ରୀୟ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଏଜେନ୍ସି ତାଙ୍କ ବୟାନ ରେକର୍ଡ଼ କରିବାର ସମ୍ଭାବନା ରହିଛି। କିଛି ବରିଷ୍ଠ ନାଗରିକଙ୍କ ଅଭିଯୋଗ ଆଧାରରେ ଇଡି ତଦନ୍ତ ଆରମ୍ଭ କରିଛି। ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀ ନ୍ୟୁ ଟାଉନ୍ ଅଞ୍ଚଳରେ ଫ୍ଲାଟ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ସେମାନେ ଅଭିଯୋଗ କରିଥିଲେ।

- Advertisement -

ଅପରପକ୍ଷେ, ସାଂସଦ ନୁସରତ ଜହାଁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ସେ ମାର୍ଚ୍ଚ ୨୦୧୭ରେ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ। ନୁସରତ କହିଛନ୍ତି ଯେ, ସେ କମ୍ପାନୀରୁ ଋଣ ନେଇଥିଲେ ଏବଂ ୨୦୧୭ ମେ’ରେ ସୁଧ ସହିତ ଏହାକୁ ପରିଶୋଧ କରିଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories