ଆମେରିକାକୁ ଟପି ପାରିବନି ଚୀନ୍ -ବ୍ଲୁମ୍ବର୍ଗ
ନ୍ୟୁୟର୍କ- ଏବେ ଚୀନ୍ରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଅନେକ ଅନ୍ତର୍ଜାତୀୟ କମ୍ପାନୀ ଚୀନ୍ ଛାଡି ଅନ୍ୟ ଦେଶରେ ନିଜର ଶାଖା ସ୍ଥାପନ କରୁଛନ୍ତି । ଚୀନ୍ରେ ଆର୍ଥିକ ଅଧୋଗତି ଦେଖା ଦେଇଥିବାରୁ ଏହାଆମେରିକାକୁ ଟପି ପାରିବନି ବୋଲି ବ୍ଲୁମ୍ବର୍ଗ ପକ୍ଷରୁ କୁହାଯାଇଛି ।
ନିକଟ ଅତୀତରେ ଆମେରିକାର ଅର୍ଥନୀତିକୁ ଚୀନ୍ ଅତିକ୍ରମ କରିବା ଅତି କଷ୍ଟ ବୋଲି ବ୍ଲମ୍ବର୍ଗ ପକ୍ଷରୁ କୁହାଯାଇଛି । ଚୀନ୍ର ଜିଡିପି ୨୦୪୦ ବେଳକୁ ଆମେରିକାକୁ ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି ।
ଆସନ୍ତା ୧୦ ବର୍ଷ ମଧ୍ୟରେ ଚୀନ୍ ଆମେରିକାକୁ ଅତିକ୍ରମ କରିଯାଇପାରେ ବୋଲି ପୂର୍ବାନୁମାନ କରାଯାଉଥିଲା । ଚୀନ୍ର ଅର୍ଥନୀତି ଏବେ ନିମ୍ନମୁଖୀ । ଗତବର୍ଷ ଚୀନ୍ର ଅର୍ଥନୀତିରେ ମାତ୍ର ତିନି ପ୍ରତିଶତ ଅଭିବୃଦ୍ଧି ଘଟିଥିବା କୁହାଯାଇଛି ।
Comments are closed.