www.samajalive.in
Tuesday, December 9, 2025
17.1 C
Bhubaneswar

ମଙ୍ଗଳବାର ୩୫ ; ବୁଧବାର ୫୦

ଭୁବନେଶ୍ବର : ଦୀର୍ଘ ମାସର ବ୍ୟବଧାନ ପରେ ପୁଣି କନ୍ଦାଇଲା ପିଆଜ। ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ, ପିଆଜକୁ ବାଦ୍‌ ଦେବା ପରେ ଏହାର ମାଡ଼ ପଡ଼ିଛି ହାଣ୍ଡିଶାଳ ଉପରେ। ଦୁଇ ସପ୍ତାହ ପୂର୍ବେ ପିଆଜ କିଲୋ ୨୫ରୁ ୩୫ ଟଙ୍କାରେ ବିକ୍ରିରେ ହେଉଥିଲା। ଏପରିକି ଗତକାଲି ମଙ୍ଗଳବାର  ୩୫ ଟଙ୍କା ଥିଲା। ବୁଧବାର ହଠାତ ୫୦ ଟଙ୍କା ଛୁଇଁଛି। କିଲୋକରେ ୧୫ଟଙ୍କା ବୃଦ୍ଧି ହେବାକୁ ନେଇ ଲୋକେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଛନ୍ତି। ଗତକାଲି ଅତ୍ୟାବଶ୍ୟକ ସାମଗ୍ରୀରୁ ପିଆଜ ଏବଂ ଆଳୁକୁ ବାଦ୍‌ଦେବା ଦ୍ବାରା ବେପାରୀମାନେ ବେଶ୍‌ ମୁନାଫା ଉଠାଉଥିବା ଆଲୋଚନା ହେଉଛି। ସରକାରଙ୍କ ମାର୍କେଟ ଇଣ୍ଟିଲଜେନ୍ସି ଏବଂ ଯୋଗାଣ ବିଭାଗର ବଜାର ଉପରେ ନିୟନ୍ତ୍ରଣ ରହୁ ନ ଥିବାରୁ ବେପାରୀମାନେ ଦର ବଢ଼ାଇଥିବା ଖାଉଟି ଦୋଷାରୋପ କରିଛନ୍ତି। ଯାହାର ବାସ୍ତବତା ମଧ୍ୟ ରହିଛି। ସରକାରଙ୍କ ହଠାତ ତରବରିଆ ଘୋଷଣା ବ୍ୟବସାୟୀ ସୁହାଇଛି। ଅପର ପକ୍ଷରେ ବର୍ତ୍ତମାନ ନାସିକ ଏବଂ ଆନ୍ଧ୍ରରୁ ଓଡ଼ିଶା ମାର୍କେଟକୁ ପିଆଜ ଆସୁଛି। ଏହା ବ୍ୟତୀତ ନାଫେଡ ମଧ୍ୟ ପିଆଜ ଯୋଗାଉଛି। ଦର ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନାଫେଡ଼ ସହ କଥାବାର୍ତ୍ତା କରି ପିଆଜ ମାର୍କେଟରେ ବିକ୍ରି କଲେ ପିଆଜ କଳାବଜାରୀକୁ ରୋକାଯାଇ ପାରନ୍ତା ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଅପରପକ୍ଷେ ପିଆଜ ଆମଦାନୀ କମିଥିବାରୁ ପିଆଜ ଏବଂ ଆଳୁ ଦାମ ବଢ଼ିଥିବା ବ୍ୟବସାୟୀ ମହାସଂଘ କହିଛି। ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଓ କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତିପ୍ରସାଦ ମିଶ୍ରଙ୍କ କହିବାନୁସାରେ, ଗତକାଲି ଆନ୍ଧ୍ରରୁ ୩୦ ଟନ ଏବଂ ନାସିକରୁ ୧୧୦ ଟନ ପିଆଜ ଆସିଛି। ବ୍ୟବସାୟୀଙ୍କୁ ୩ କିସମର (ଆନ୍ଧ୍ର)ପିଆଜ କ୍ବିଣ୍ଟାଲ ୩୬୦୦, ନାସିକ ପିଆଜ ୩୮୦୦ ଏବଂ ଉନ୍ନତମାନର ୪୦୦୦ ଟଙ୍କାରେ ପାଇକାରୀ ଦରରେ ବିକ୍ରି କରାଯାଇଛି। ବ୍ୟବସାୟୀଙ୍କୁ ୪ ଟଙ୍କା ଅଧିକ ଲାଭ ରଖି ବିକ୍ରି କରିବାକୁ କୁହାଯାଉଛି; କିନ୍ତୁ ଖୁଚୁରା ବ୍ୟବସାୟୀ ତାହାକୁ ନ ମାନି ମନଇଚ୍ଛା ଦରରେ ବିକ୍ରି କରିଛନ୍ତି। ଅପରପକ୍ଷରେ କୋଭିଡ ଯୋଗୁଁ ଲୋକେ ଜୀବନଜୀବିକା ହରାଇ ଅନେକ ଆଳୁ, ପିଆଜ ବ୍ୟବସାୟ କରୁଛନ୍ତି। ଯାହା ଦର ନିୟନ୍ତ୍ରଣରେ ବାଧକ ସାଜିଛି ଶ୍ରୀ ମିଶ୍ର କହିଛନ୍ତି।
ସେହିପରି ଆଳୁର ମଧ୍ୟ ଅହେତୁକଭାବେ ଦରବୃଦ୍ଧି ଘଟିଛି। ଗତମାସରେ ଆଳୁ ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଥିଲା। ବର୍ତ୍ତମାନ ତାହା କିଲୋ ପ୍ରତି ୩୫ ଟଙ୍କାରେ ପହଞ୍ଚିଛି ଏବଂ ସ୍ଥାନେ ସ୍ଥାନେ ମଧ୍ୟ ୩୮ ଟଙ୍କାରେ ବିକ୍ରି ହେଉଛି। ତେବେ ଗଦିମୂଳେ ବୁଧବାର ଆଳୁ କ୍ବିଣ୍ଟାଲ ୨୪୦୦ରୁ ୨୬୦୦ ଟଙ୍କା ରହିଥିବା ବେଳେ ହାଟବଜାରରେ ୧୦ ଟଙ୍କା ଅଧିକ ଅର୍ଥାତ ୩୫ ଟଙ୍କାରେ ବିକ୍ରିହେଉଛି।
ଏହି ଦରବୃଦ୍ଧି ସବୁଠୁ ଅଧିକ ବାଧୁଛି ମଧ୍ୟବିତ୍ତ ଏବଂ ଗରିବ ପରିବାର ଲୋକଙ୍କୁ ା କରୋନା ଯୋଗୁଁ ଜୀବିକା ହରାଇଥିବା ଏହିସବୁ ପରିବାରର ହାଣ୍ଡିଶାଳରେ ପରିବା ମହଙ୍ଗା ମାଡ଼ ପଡ଼ିଛି। ଦର ନିୟନ୍ତ୍ରଣ ରହୁ ନ ଥିବାରୁ ସବୁଜ ପନିପରିବାରେ ହାତ ମାରି ହେଉନାହିଁ। ତେବେ ବାହାରୁ ଯେଉଁ ପରିମାଣରେ ପରିବା ଆସୁଥିଲା ବର୍ଷା ଏଥିରେ ବାଧକ ସାଜିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories