www.samajalive.in
Tuesday, December 9, 2025
16.1 C
Bhubaneswar

ପୁଲୱାମାରେ ଏନକାଉଣ୍ଟର; ଯବାନଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଅବନ୍ତୀପୋରାରେ ମଙ୍ଗଳବାର ସକାଳେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି। ମୃତ ଆତଙ୍କୀଠାରୁ ବହୁ ପରିମାରଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି।

ନିୟନ୍ତ୍ରଣ ରେଖା ଦେଇ ଭାରତୀୟ ସୀମାରେ ୩ ଆତଙ୍କୀ ପ୍ରବେଶ କରିଛନ୍ତି। ସୋମବାରଠାରୁ ସେମାନଙ୍କୁ ଧରିବା ଲାଗି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଥିଲା। ସୋମବାର ନୌସେରାର ଦବ୍ବଡ, ପୋଠା, ଖେଡି, ଦରାଟ, ମଙ୍ଗଲାଦେଈ ଆଦି ଅଞ୍ଚଳରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ମଙ୍ଗଳବାର ସକାଳେ ନୌସେରାର ଦବ୍ବଡ଼ ଏବଂ ଏହାର ଆଖପାଖରେ ୩ ଜଣ ଆତଙ୍କୀଙ୍କ ସନ୍ଧାନ ମିଳିଥିଲା। ଏହା ପରେ ପୁଲିସ ଏବଂ ଯବାନଙ୍କ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯିବା ସହିତ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍‌ କରିଦିଆଯାଇଥିଲା। ଆତଙ୍କବାଦୀମାନେ ପାଣି ପିଇବା ବାହାନାରେ ବକ୍କରବାଲ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲେ। ସେମାନେ ସ୍ଥାନୀୟ ଅଞ୍ଚଳରେ ଥିବା ସେନାର ଶିବିର ଏବଂ ସେଠାକୁ ଯିବା ଲାଗି ରାସ୍ତା ବିଷୟ​‌ରେ ପଚାରିଥିଲେ। ଏ ନେଇ ସନ୍ଦେହ ହେବାରୁ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯିବା ବେଳେ ଆତଙ୍କୀଙ୍କ ସହିତ ଗୁଳିବିନିମୟ ଘଟିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories