ପାଟଣା: ଢେଙ୍କିକୋଟ-ଘଟଗାଁ ୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ସାନ ମସିଣାବିଲା ନିକଟରେ ଜଣେ ଅସହାୟ ଅଜଣା ବୃଦ୍ଧ ପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ଗତକାଲି ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଅଜଣା ବୃଦ୍ଧଙ୍କର ପରିଚୟ ମିଳିପାରି ନାହିଁ। ଦାଢି ପାଚି ଯାଇଥିବା ଏହି ବୃଦ୍ଧ ଜଣକ ପ୍ୟାଣ୍ଟ ସାର୍ଟ ପିନ୍ଧି ଥିବା ବେଳେ ତାଙ୍କ ନିକଟରେ ଏକ ଚାଦର ମଧ୍ୟ ରହିଛି। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟ ନାରାୟଣ ପରିଡା ଘଟଣାର ତଦନ୍ତ କରୁଛନ୍ତି। କେହି ସହୃଦୟ ବ୍ୟକ୍ତି ଏହି ବୃଦ୍ଧଙ୍କୁ ଚିହ୍ନିଥିଲେ ଘଟଗାଁ ପୁଲିସକୁ ସୂଚନା ଦେବାକୁ କୁହାଯାଇଛି।
Popular Categories



