www.samajalive.in
Saturday, December 6, 2025
26.1 C
Bhubaneswar

କେଶରେ ତେଲ ଲଗାଇବାର ଏହି ଉପକାରିତା ବିଷୟରେ ଜାଣିଛନ୍ତି କି ?

କେଶରେ ତେଲ ଲଗାଇବା ଖୁବ ଉପକାରୀ ଓ ଲାଭଦାୟକ। ଏହା ଦ୍ୱାରା କେଶର ଶୁଷ୍କପଣ ଦୂର ହୋଇଥାଏ ଏବଂ କେଶମୂଳକୁ ପୋଷକ ତତ୍ତ୍ୱ ଯୋଗାଇଥାଏ। ଫଳରେ କେଶ ଉପୁଡ଼ିବା, ରୂପି ହେବା ଆଦି ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ….
ପ୍ରତି ୨ ଦୁଇ ଦିନକୁ ଥରେ କେଶମୂଳରେ ତେଲ ଲଗାଇବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ।
କେଶର ମଳୂରେ ତେଲ ମାଲିସ କରିବା ଦ୍ୱାରା ମୁଣ୍ଡବିନ୍ଧା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ତେଲ ଲଗାଇଲେ ଭଲ ନିଦ ହୋଇଥାଏ। କେଶ ଅଧିକ ମୋଟା ହୋଇଥାଏ।
ତେଲ ସବୁ ସମୟରେ ଲଗାଇବା ସମ୍ଭବ ନୁହେଁ କାରଣ ତେଲ ଲଗାଇ ବାହାରକୁ ଯିବା ସଭିଁଙ୍କୁ ପସନ୍ଦ ନୁହେଁ। ତେଣୁ ସାମ୍ପୋ କରିବା ୨ ଘଣ୍ଟା ପୂର୍ବରୁ ତେଲ ଲଗାଇବା ଉଚିତ। ତେଲକୁ କେଶମୂଳରେ ମାଲିସ କରି ଲଗାଇବା ଆବଶ୍ୟକ। ନିଜ ପସନ୍ଦ ମୁତାବକ ତେଲର ବ୍ୟବହାର କରିପାରିବେ। ମାତ୍ର ହରବଲ କିମ୍ବା ଔଷଧୀୟ ତେଲ ବ୍ୟବହାର କରିବା ଆବଶ୍ୟକ। ତେଲ ଲଗାଇ ବାହାରକୁ ଯିବା ମଧ୍ୟ ଅନୁଚିତ। କାରଣ ବାହାରର ଧୂଳି ତେଲରେ ଅଠାରେ ଭଳି ରହିଯାଏ। ଯାହା ଫଳରେ କେଶ ଅଥିକ ପରିମାଣରେ ଉପୁଡ଼ିଥାଏ। ରାତିରେ କେଶ ମୂଳରେ ତେଲ ମାଲିସ କରିବା ଦ୍ୱାରା ମସ୍ତିଷ୍କରେ ଭଲ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ। ଫଳରେ ଆମକୁ ଚିଡ଼୍‍ଚିଡ଼ା , ବିରକ୍ତଭାବ କମ ହୋଇଥାଏ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories