ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ କାଳିସାପାଦର ରାସ୍ତା ୫ନମ୍ବର ରାଜ୍ୟ ରାଜପଥରେ ଆଜି ଦିନ ୧୧ଟା ସମୟରେ ତୁମୁଡିବନ୍ଧ ପୋଲିସ ଖବର ପାଇ ଏକ ଗଞ୍ଜେଇ ଗାଡିକୁ ଅଟକାଇଥିଲା । ତେବେ ୨ ଜଣ ଯୁବକ ଗାଡି ଛାଡି ପଳାଇବାରେ ସଫଳ ହୋଇଥିଲେ । କନ୍ଧମାଳ ଜିଲ୍ଲାରେ ପ୍ରତିଦିନ କେଉଁଠି ନା କେଉଁଠି ଗଞ୍ଜେଇ ଜବତ ହେବାର ନଜର ରହିଛି । ତେବେ ଖବରରୁ ପ୍ରକାଶ ଯେ ବାଲୁଗୁଡାଠାରୁ ମୁନିଗୁଡା ଅଭିମୁଖେ ଏକ ଧଳା ରଙ୍ଗର କାର ନମ୍ବର ଓଡି ୦୫ଏ ୩୨୯୧ ଗାଡ଼ି ସହ ୧ କୁଇଣ୍ଟାଲ ୫୦କେଜି ଗଞ୍ଜେଇ ଜବତ କରିଛି ତୁମୁଡିବନ୍ଧ ପୋଲିସ । ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ଗଢାଯାଇଥିଲା ଏହି ଟିମ । ଜବତ ହେବା ପରେ ତୁମୁଡିବନ୍ଧ ଅତିରିକ୍ତ ତହସିଲଦାର ସୁନୀଲ କୁମାର ନାୟକ ଘଟଣାସ୍ଥଳରେ ଉପସ୍ଥିତ ରହି ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । ଏହି ଟିମରେ ନିଜେ ଥାନା ଅଧିକାରୀ ଅମ୍ବିକା ପାତ୍ର, ଅନନ୍ତ ପ୍ରଧାନ, ମନୋରଞ୍ଜନ କଁହର, ଏଏସାଇ ସଞ୍ଜୟ କୁମାର ପ୍ରଧାନ, ଅଶୋକ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
Popular Categories



