ଭୁବନେଶ୍ବର : ରଥଯାତ୍ରାରେ ମୁକ୍ତିଲାଭ କରିବ ଅନୁପମା ମୁଭିଜ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର “ଶମ୍ଭୁ” । ବିଭୂତି ଭୂଷଣ ଜେନା ଏହି ସିନେମାର ପ୍ରଯୋଜନା ଦେଇଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ଦିଲ୍ଲୀପ ପଣ୍ଡା। ଶମ୍ଭୁ ସିନେମାଟି ସମ୍ପୂର୍ଣ୍ଣ ମନୋରଞ୍ଜନ ଧର୍ମୀ ଓ ସବୁ ବର୍ଗର ଦର୍ଶକଙ୍କୁ ଲକ୍ଷ୍ୟ କରି ନିର୍ମିତ କରାଯାଇଛି ବୋଲି କହିଛନ୍ତି ଡ଼ ରଂଜନୀ ରଞ୍ଜନ।
କାହାଣୀ ଅନୁପମ ଜେନା ଲେଖିଥିବାବେଳେ ପ୍ରଥମ ଥର ପାଇଁ ଜଣେ ନୂତନ ନାୟକଙ୍କୁ ଏ ସିନେମାରେ ସୁଯୋଗ ଦିଆଯାଇଛି। ନାୟକ ଶୁଭମ ଶମ୍ଭୁ ରୂପରେ ରଥଯାତ୍ରାରେ ପରଦାରେ ବାଜିମାତ କରିବାକୁ ଯାଉଛନ୍ତି। ପ୍ରଯୋଜକ ବିଭୁତି ଜେନା ଏ ସିନେମାର୍ ସଫଳତା ନେଇ ବେଶ ଆଶା ବାନ୍ଧିଛନ୍ତି। ଦୀପକ କୁମାର ଶମ୍ଭୁ ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ସହ ପ୍ରଯୋଜକ ଅଛନ୍ତି ବିବେକ ଜେନା ଓ ଅଭିଷେକ ଜେନା ।
ଶମ୍ଭୁର ପୋଷ୍ଟର ରିଲିଜ ଉତ୍ସବରେ ଏହି କାହାଣୀର ମୁଖ୍ୟ ଅଭିନେତା ଶୁଭମ, ଜୀବନ ପଣ୍ଡା ,ଡିସ୍କୋ ରେଡ୍ଡୀ ,ଚିନ୍ତାମଣି ,ଐଶ୍ୱର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ନାୟିକା ଭୂମିକାରେ ତମନା ଶୁଭମଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଥମ ଥର ପାଇଁ ଶୁଭମ ଓ ତମନାଙ୍କ ଯୋଡି ଦେଖିବାକୁ ପାଇବେ ଦର୍ଶକ। ଭିନ୍ନ ସ୍ୱାଦର ଏହି ସିନେମାଟିରେ ଜଲିଉଡ଼ର ସୁପରଷ୍ଟାର ପିଉସ ତ୍ରିପାଠୀ ମଧ୍ୟ ଏକ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ସିନେମାଟି ରଥଯାତ୍ରାରେ ବଡ ପରଦାରେ ମୁକ୍ତିଲାଭ କରିବ ।



