www.samajalive.in
Tuesday, December 9, 2025
16.1 C
Bhubaneswar

କଲେଜ ପରିସରରେ ଅଣଛାତ୍ର ପ୍ରବେଶକୁ ବିରୋଧ, ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ

ଆଠଗଡ : ଆଠଗଡର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ଗୋପବନ୍ଧୁ ବିଜ୍ଞାନ କଲେଜ ପରିସରରେ ସବୁବେଳେ ଅଣଛାତ୍ର ପ୍ରବେଶ କରି ନାନା ବିଶୃଙ୍ଖଳା ସୃଷ୍ଟି କରିବା ଦ୍ବାରା ଶୈକ୍ଷିକ ବାତାବରଣ କଳୁଷିତ ହେଉଛି । ବହୁ ସମୟରେ ଅଣଛାତ୍ରମାନେ ବିଭିନ୍ନ ପ୍ରକାରର ନିଶା ସେବନ କରିବା ସହ ଛାତ୍ରଙ୍କ ସହ ଗଣ୍ଡଗୋଳ କରିବା ଓ ନିରୀହ ଛାତ୍ରଙ୍କୁ ବାଡିଆବାଡି କରିବା ସହିତ ଛାତ୍ରୀମାନଙ୍କୁ ମଧ୍ଯ କମେଣ୍ଟ ମାରୁଥିବା ଅଭିଯୋଗ ହେଉଛି । ଫଳରେ ଛାତ୍ରଛାତ୍ରୀମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଅଣଛାତ୍ରଙ୍କୁ କଲେଜ ପରିସରରେ ପ୍ରବେଶ କରାଇନଦେବା ଦାବି କରି କଲେଜର ଛାତ୍ରଛାତ୍ରୀ ସୋମବାର ଅଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅଣଛାତ୍ରଙ୍କୁ କଲେଜ ପରିସରରେ ପ୍ରବେଶକୁ ବାରଣ କରିବା ଲାଗି ମୁଖ୍ଯ ଫାଟକରେ ସୁରକ୍ଷା କର୍ମୀ ନିୟୋଜିତ କରି ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ର ଦେଖି ଛଡାଯିବାକୁ ସେମାନେ ଦାବି କରିଛନ୍ତି । କଲେଜ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ଅଧ୍ୟକ୍ଷ ଡ.ଲୋକନାଥ ସାହୁଙ୍କୁ ଏ ସମ୍ପର୍କିତ ସ୍ମାରକପତ୍ର ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏହାର ନକଲ ସେମାନେ ଉପଖଣ୍ଡ ପୁଲିସ ଅଧିକାରୀ ଓ ଆଠଗଡ ଆଇଆଇସିଙ୍କ ପ୍ରଦାନ କରିଥିବା ଜଣାପଡିଛି ।

ଏହାଛଡା ସନ୍ଧ୍ୟା ପରଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେଜ ପରିସରରେ କେତେକ ଅସାମାଜିକ ତତ୍ତ୍ବ ମଦ, ଗଞ୍ଜେଇ ଓ ବ୍ରାଉନ ସୁଗାର ଆଦି ନିଶାଦ୍ରବ୍ୟ ସେବନ କରୁଥିବା ଦୀର୍ଘ ଦିନ ହେବ ଅଭିଯୋଗ ହୋଇଆସୁଛି। କଲେଜ ପରିସରରେ ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀମାନେ ଏଥିପାଇଁ ଭୟଭୀତ ଅବସ୍ଥାରେ ରହୁଛନ୍ତି । ତେଣୁ ଆଠଗଡ ପୁଲିସ ନିୟମିତ ସନ୍ଧ୍ୟାରୁ ରାତି ୧୧ ମଧ୍ଯରେ କଲେଜ ପରିସରରେ ପେଟ୍ରୋଲିଂ କରିବା ସହ ନିଶାସେବନ କରୁଥିବା ଅସାମାଜିକ ତତ୍ତ୍ବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଠଗଡର ବୁଦ୍ଧିଜୀବୀ ମହଲରେ ମଧ୍ଯ ଦାବି ହେଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories