www.samajalive.in
Monday, December 8, 2025
20.1 C
Bhubaneswar

ବାଇକ ଓ ମୋବାଇଲ ଚୋରକୁ କାବୁ କଲେ ଗ୍ରାମବାସୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ମାଝିଗୁଡା ପଞ୍ଚାୟତର ସାପ୍ତାହିକ ହାଟରେ କିଣାବିକା କରିବାକୁ ଆସିଥିବା ଲୋକଙ୍କ ପାଖରୁ ମୋବାଇଲ ଓ ରଖିଥିବା ବାଇକର ତାଲା ଭାଙ୍ଗୁ ଥିବା କିଛି ଲୋକ ଦେଖି ଚୋରକୁ କାବୁ କରି ପୁଲିସ ଜିମା ଦେଇଥିବା ଦେଖିବାକୁ ମିଳିଛି। ଆଜି ହାଟ ଚାଲୁଥିବା ବେଳେ କିଛି ଯୁବକ ହାଟ ପଦରୁ ପ୍ରଧାନୀଗୁଡା ଗ୍ରାମର ଜଣେ ଲୋକ ବଜାର କରୁଥିବା ବେଳେ ତାଙ୍କଠାରୁ ମୋବାଇଲ ଚୋରାଇ କରି ନେଇ ଯାଇ ଏକ ବାଇକର ହ୍ୟାଣ୍ଡଲ ତାଲାକୁ ଭାଙ୍ଗୁଥିବା କିଛିଲୋକ ଦେଖି ଚୋର ମାନଙ୍କୁ କାବୁ କରି ମାଡ଼ ମାରି ପୁଲିସ ଜିମା ଦେଇଥିଲେ। ଚୋରି ହୋଇଥିବା ଯୁବକ ତାର ମୋବାଇଲ ଖୋଜି ଖୋଜି ଉକ୍ତ ଲୋକଙ୍କ ପାଖରେ ପହଞ୍ଚି ପଚାର ଉଚରା କରିବା ବେଳେ ସେମାନେ ମୋବାଇଲ ଚୋରାଇ ନେଇଥିବା କହିଥିଲେ। ସେହି ଚୋର ମାନେ ବନବାସ ଶବରଙ୍କ ପୁଅ ସାଗର ଶବର, ଗନୁ ଶବରଙ୍କ ପୁଅ ଶେଖର ଶବର, ଗୁଡ଼ିଆ ଶବରଙ୍କ ପୁଅ ଆକାଶ ଶବର ଗ୍ରାମ ନବରଙ୍ଗପୁର ବୋଲି କହିଛନ୍ତି। ଏହି ସମ୍ପର୍କରେ କଲ୍ୟାଣସିଂହପୁର ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକଙ୍କୁ ପଚାରିବାରୁ ପଚରାଉଚରା ଚାଲିଛି ପ୍ରକୃତ ଘଟଣା ଜାଣିଲେ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories