www.samajalive.in
Monday, December 8, 2025
20.1 C
Bhubaneswar

ଟ୍ରକ-ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା; ୩ ଗୁରୁତର

ବୋଲଗଡ଼: ବୋଲଗଡ଼ ବ୍ଲକ ଜାତୀୟ ରାଜପଥ ୫୭ ହଡାନଈ ବ୍ରିଜ ନିକଟରେ ମଙ୍ଗଳବାର ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ଏକ ଟ୍ରକ ଓ ପିକଅପ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ପିକ୍‌ଅପ୍‌ ଚାଳକଙ୍କ ସହ ୨ଜଣ ଯୁବତୀ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଦଶପଲ୍ଲାରୁ ପିକ୍‌ଅପ୍‌ କିଛି ଟେଣ୍ଟ ହାଉସ ସାମଗ୍ରୀ ଧରି ରାଜସୁନାଖଳା ନିକଟ କୋଟଗଡକୁ ବାହାରୁଥିବା ବେଳେ ୨ଜଣ ଯୁବତୀ ଲିଲି ନିହାଣ(୩୨) ଓ କାଜଲ ନାୟକ(୨୩) ସେହିଠାରେ ନିଜ ଗ୍ରାମ ଖୋର୍ଦ୍ଧା ମେଣ୍ଢାଶାଳ ଆସିବା ପାଇଁ ବସକୁ ଅପେକ୍ଷା କରିଥିଲେ । ତେବେ ପୂର୍ବରୁ ପରିଚୟ ଥିବା ଦଶପଲ୍ଲାର ଚାଳକ ବାବୁଲ ସାହୁ ତାଙ୍କୁ ଆଗରେ ବସାଇ ରାଜସୁନାଖଳା ବସଷ୍ଟାଣ୍ଡ ଯାଏଁ ଛାଡିବାକୁ କହି ବସାଇଥିଲେ । ତେବେ ବସଷ୍ଟାଣ୍ଡଠାରୁ ମାତ୍ର ଦେଢ଼ କିମି ପୂର୍ବରୁ ଏହି ଦୁର୍ଘଟଣା ଘଟିଛି । ବିପରୀତ ଦିଗରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୧୦୭ ପିକଅପରେ ଆଗରେ ବସିଥିବା ଚାଳକ ଓ ୨ଜଣ ଯୁବତୀ ଗୁରୁତର ଭାବେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବୋଲଗଡ଼ ଓ ପରେ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ବୋଲଗଡ଼ ପୁଲିସ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଚଳାଇଥିବା ବେଳେ ୩ଜଣଙ୍କର ଗୋଡ଼ ଭାଙ୍ଗିଥିବା ଡାକ୍ତର ସୂଚନା ଦେଇଛନ୍ତି ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories