www.samajalive.in
Thursday, December 11, 2025
27.1 C
Bhubaneswar

ଇକୋ କ୍ଲବ ଛାତ୍ରଛାତ୍ରୀଙ୍କ ଦ୍ୱାରା ଋଷିକୂଲ୍ୟା ମୁହାଣ ଅଞ୍ଚଳ ବେଳାଭୂମି ସଫେଇ

ଗଞ୍ଜାମ: ବ୍ରହ୍ମପୁର ବନଖଣ୍ଡସ୍ଥ ଖଲ୍ଲିକୋଟ ରେଞ୍ଜ ସହକାରୀ ବନ ସଂରକ୍ଷକଙ୍କ ପରାମର୍ଶ କ୍ରମେ ଖଣ୍ଡଦେଉଳି ହାଇସ୍କୁଲ ଇକୋ କ୍ଲବ ଛାତ୍ର ଛାତ୍ରୀ ଏବଂ ରମ୍ଭା ହାଇସ୍କୁଲ ଏନସିସି କ୍ୟାଡେଟଙ୍କ ମିଳିତ ସହଯୋଗରେ ଅଲିଭ ରିଡଲେଙ୍କ ପ୍ରମୁଖ ଗଣ ଅଣ୍ଡାଦାନସ୍ଥଳୀ ଋଷିକୂଲ୍ୟା ମୁହାଣ ଅଞ୍ଚଳ ବଟେଶ୍ୱର ବେଳାଭୂମିର ପ୍ରାୟ ୨କିମି ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଫେଇ କରାଯାଇଛି। ଅଲିଭ ରିଡଲେଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ ପାଇଁ ବେଳାଭୂମିରେ ପଡ଼ିଥିବା ପଲିଥିନ, ପାଣି ବୋତଲ, ଛିଣ୍ଡା ଜାଲ, ଛିଣ୍ଡା ଚପଲ, ରବର, ଭଙ୍ଗା କାଚ, ଥରମୋକୋଲ, ଛିଣ୍ଡା ଦଉଡି, ଗୁଟଖା ଜରି, କୁରକୁରି ଜରି ପରି ଜୈବ ନିମ୍ନୀକରଣ ଅଯୋଗ୍ୟ ପଦାର୍ଥ ଗୁଡିକ ସଫେଇ କରି ପ୍ରାୟ ୧୪୦ କିଲୋଗ୍ରାମର ବର୍ଜ୍ୟବସ୍ତୁ ଗୁଡିକୁ ବେଳାଭୂମି ଠାରୁ ଦୂର ସ୍ଥାନରେ ରଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ବେଳାଭୂମି ସଫେଇର ଗୁରୁତ୍ୱ ଏବଂ ସଚେତନତା କରେଇବା ପାଇଁ ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ସହକାରୀ ବନ ସଂରକ୍ଷକ ଦିବ୍ୟ ଶଙ୍କର ବେହେରା ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ଗୁରୁତ୍ୱ ଏବଂ ପଲିଥିନର କୁପ୍ରଭାବ ଗଣ ଅଣ୍ଡାଦାନକୁ କିପରି ପ୍ରଭାବିତ କରିଥାଏ ସଚେତନ କରାଇଥିଲେ। ଜିଲ୍ଲା ସଂଯୋଜକ ଡଃ ଶଙ୍କର ନାରାୟଣ ବେଜଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories