www.samajalive.in
Monday, December 8, 2025
20.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରକାରୀ ଅନୁଦାନରୁ ବଞ୍ଚିତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ

ଲାଞ୍ଜିଗଡ: ଦୀର୍ଘ ୨୬ ବର୍ଷ ତଳେ ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଆଲୋକ ଜାଳିବାକୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବନ୍ଧପାରିରେ ପ୍ରତିଷ୍ଠା ହୋଇଥିଲା ମା ଭୈରବୀ ବନବାସୀ ଉଚ୍ଚ ବିଦ୍ୟାଳୟ। କୋଡିଏ ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସ୍କୁଲ ଆଜି ଅଞ୍ଚଳର ଚାରୋଟି ପଞ୍ଚାୟତର ପଚାଶରୁ ଅଧିକ ଗାଁର ଛାତ୍ରଛାତ୍ରୀଙ୍କ ପାଇଁ ଭବିଷ୍ୟତ ତିଆରି କାରଖାନା ଭାବେ ଠିଆ ହୋଇଛି। ତେବେ ଦୀର୍ଘ ବର୍ଷ ହେଲା ତିଆରି ହୋଇଥିବା ସ୍କୁଲ ଘର ଛାତରୁ ସିମେଣ୍ଟ ଖଣ୍ଡ ଖସି ପଡୁଥିବା ବେଳେ ବର୍ଷା ପାଣି ଝରି ତଳେ ଶ୍ରେଣୀଗୃହ ଓଦା ସନ୍ତସନ୍ତିଆ ହୋଇ ରହୁଛି। ଭଙ୍ଗା ଦଦରା ସ୍କୁଲ ଘରେ ଦେଢ଼ଶହରୁ ଅଧିକ ଛାତ୍ରଛାତ୍ରୀ ଜୀବନ ବିକଳରେ ବସି ପାଠ ପଢୁଛନ୍ତି। ଅନ୍ୟ ସ୍କୁଲର ଛାତ୍ରଛାତ୍ରୀମାନେ ପଢିବାକୁ ବହି, ସ୍କୁଲ ଡ୍ରେସ, ଛାତ୍ରୀମାନେ ସାଇକେଲ ପାଉଛନ୍ତି। କମ୍ପୁଟର, ସ୍ମାର୍ଟ କ୍ଲାସର ସୁବିଧା ପାଉଛନ୍ତି। ସରକାର ସବୁ ଯୋଗାଇ ଦେଉଛନ୍ତି ପାଠପଢ଼ା ପାଇଁ, କିନ୍ତୁ ଆମର ଏଠି କିଛି ବି ସୁବିଧା ନାହିଁ। ଆମେ ବି ତ ଗରିବ ଘରର ପିଲାଛୁଆ, ଆମେ ବି ଆଦିବାସୀ, ଅନୁସୂଚିତ ଜାତିର ପିଲାଛୁଆ ଆମ ପ୍ରତି ସରକାରଙ୍କ ଅଣଦେଖା କାହିଁକି? ଆମେ କାହାକୁ କହିବୁ, କିଏ ଶୁଣିବ ଆମର ଦୁଃଖ? ଆମର ଆଉ କୌଣସି ଉପାୟ ନାହିଁ। ଶେଷରେ ନୂଆ ସରକାର, ନୂଆ ମୁଖ୍ୟମନ୍ତ୍ରୀ କାଳେ ଆମ ଦୁଃଖ ବୁଝିବେ ବୋଲି ତାଙ୍କ ପାଖକୁ ଚିଠି ଲେଖିଛୁ। ଆମେ ପାଠ ପଢିବାକୁ ଚାହୁଁ, ଅନ୍ୟ ଦଶ ଜଣରେ ଜଣେ ହେବାକୁ ଚାହୁଁ ବୋଲି କୋହଭରା କଣ୍ଠରେ କହନ୍ତି ଏଇ ସ୍କୁଲର ଛାତ୍ରଛାତ୍ରୀମାନେ।

ରାଜ୍ୟ ସରକାରଙ୍କ ବିଭିନ୍ନ ଘୋଷଣା ସମୟରେ ପ୍ରତି ପଞ୍ଚାୟତରେ ଖୋଲିଥିବା ଗୋଟିଏ ଲେଖାଏଁ ହାଇସ୍କୁଲକୁ ପୂର୍ଣ୍ଣ ଅନୁଦାନ ଯୋଗାଇ ଦେଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ବନ୍ଧପାରୀ ପଞ୍ଚାୟତର ଗୋଟିଏ ବୋଲି ସ୍କୁଲକୁ ଆଜି ପର୍ଯ୍ୟନ୍ତ ଭୁଲିଯାଇଛନ୍ତି ସରକାର। ସ୍କୁଲକୁ ଅନୁଦାନ ଦେବାକୁ ଏକାଧିକ ଥର କାଗଜପତ୍ର ଓ ତଥ୍ୟ ମଗାଯାଇଛି ସତ କିନ୍ତୁ ଶେଷ ମୁହୂର୍ତ୍ତରେ ବାଦ ପଡ଼ିଛି ଏହି ସ୍କୁଲ। ସରକାରଙ୍କ ସମସ୍ତ ମାପଦଣ୍ଡ ପୂରଣ କରୁଥିବା ସତ୍ୱେ ସ୍କୁଲକୁ ସରକାରୀ ଅନୁଦାନ ମିଳିନାହିଁ। ମାନ୍ୟତା ମିଳିନାହିଁ। ଯାହା ଫଳରେ ଅଂଚଳର ଶହଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଜି ବି ଅନିଶ୍ଚିତତା ମଧ୍ୟଦେଇ ଗତି କରୁଛି। ଯାହାକୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ସମସ୍ୟା ଜଣାଇଛନ୍ତି ସ୍କୁଲର ଛାତ୍ରଛାତ୍ରୀମାନେ। ତେବେ ଛାତ୍ରଛାତ୍ରୀଙ୍କ ଏହି ଚିଠିକୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ନୂଆ ସରକାର କିଭଳି ଗ୍ରହଣ କରୁଛନ୍ତି, କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories