ଧର୍ମଗଡ଼: ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବ୍ଳକ ବୃନ୍ଦାବାହାଲ ସରପଞ୍ଚ ଦିନେଶ ରାଉତ। ଅନୈତିକ ଉପାୟରେ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଅଟକ। ମିଳିଥିବା ସୁଚନା ଅନୁଯାୟୀ ଦିନେଶ ରାଉତ (ମଣ୍ଟୁ) ଶୁକ୍ରବାର ଗୋଲାମୁଣ୍ଡା ବ୍ଳକରୁ ଘରକୁ ଫେରୁଥିବା ସମୟରେ ଖଲିଆକାନି ପାଖରେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା। ଅନୈତିକ ଉପାୟରେ ସେ ୫ ଲକ୍ଷ ୪୦ ହଜାର ଟଙ୍କା ସଂଗ୍ରହ କରି ଘରକୁ ଫେରୁଥିବା ନେଇ ଭିଜିଲାନ୍ସ ବିଶ୍ଵସ୍ତ ସୁତ୍ରରୁ ଖବର ପାଇଥିଲା। ଏକ ବୋଲୋରେ ଯୋଗେ ଘରକୁ ଫେରୁଥିବା ସମୟରେ ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଭିଜିଲାନ୍ସ ଗାଡିକୁ ସିଜ କରିବା ସହ ତାଙ୍କୁ ଅଧିକ ପଚରାଉଚରା ପାଇଁ ନବରଙ୍ଗପୁର ନେଇଥିବା ବେଳେ ଆଉ ଦୁଇଟି ଟିମ୍ ତାଙ୍କ ଘର ଏବଂ ଆଉ ଏକ ସ୍ଥାନରେ ଚଢାଉ ଜାରି ରଖିଛି। ସୁଚନା ଯୋଗ୍ୟ ଯେ ଦିନେଶ ରାଉତ ବିଜେଡିର ଜଣେ ଦୃଢ ସମର୍ଥକ ସହ ଜୁନାଗଡ଼ ବିଧାୟକଙ୍କ ସହ ଖାସ ଅନୁଗତ ଅଟନ୍ତି। ସରକାର ବଦଳିବା ପରେ ଦିନେଶ ଭିଜିଲାନ୍ସ ଜାଲରେ ପଡିବା ଘଟଣାକୁ ନେଇ ଏଠାରେ ଭିନ୍ନ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି।
Popular Categories



