www.samajalive.in
Monday, December 8, 2025
20.1 C
Bhubaneswar

ପୁରୀ ବଡଦାଣ୍ଡରେ ଥିବା ମା’ଚର୍ଚ୍ଚିକା ମନ୍ଦିର ଅବହେଳିତ

କଳାପଥର (ବାଙ୍କୀ): ପୁରୀ ବଡଦାଣ୍ଡରେ ଥିବା ତଥା ରଥ ମାଲିକାଣୀ ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଚର୍ଚ୍ଚିକା। ରଥକାମ ଅନୁକୁଳ ଠାରୁ ପ୍ରତିଦିନ ରଥ ନିର୍ମାଣରେ ଯୋଗଦେବା ପର୍ଯ୍ୟନ୍ତ ସର୍ବଦା ସେବକମାନେ ମା’ଙ୍କୁ ପୂଜାର୍ଚ୍ଚନା କରିବା ସହିତ ଆଶୀର୍ବାଦ ଭିକ୍ଷା କରି କାମ ଆରମ୍ଭ କରିଥାନ୍ତି। ବିଶେଷ କରି ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୁଳ ପର୍ବରେ ଶ୍ରୀ ବିଗ୍ରହଙ୍କ ଆଜ୍ଞାମାଳ ୩ ରଥରେ ଲାଗିବା ପରେ ମହାରଣା ସେବକମାନେ ମା’ଚର୍ଚ୍ଚିକାଙ୍କୁ ଏହା ସମର୍ପଣ କରିଥାନ୍ତି। ଭଉଁରୀରେ ଚକ ଡେରା ପରେ ଶ୍ରୀ ଜୀଉଙ୍କ ଲାଗି ମାଳ ମଧ୍ୟ ମା’ଚର୍ଚ୍ଚିକାଙ୍କୁ ସମର୍ପଣ କରାଯାଏ। ଶ୍ରୀ ମନ୍ଦିର ନୀତିକାନ୍ତି ସହ ମା’ଚର୍ଚ୍ଚିକାଙ୍କ ନୀତିକାନ୍ତି ଜଡିତ। ପ୍ରତିଦିନ ସକାଳୁ ମହାରଣା ସେବକ, ରୂପକାର, ଭୋଇ ସେବକ ଏବଂ ରଥ ନିର୍ମାଣର ଅନ୍ୟ ସେବକମାନେ ମା’ଙ୍କ ଆଶୀର୍ବାଦ ନେଇ ରଥ ଖଳାରେ ପ୍ରବେଶ କରିଥାନ୍ତି। ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ସହିତ ପୁରୀରେ ବହୁ ମନ୍ଦିର ରୂପାନ୍ତରିକରଣ ହୋଇଥିବା ବେଳେ ମା’ଙ୍କ ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି।

ଶ୍ରୀ ମନ୍ଦିରର ଉତ୍ତର ପୂର୍ବ କୋଣରେ ଶ୍ରୀ ମନ୍ଦିର କାର୍ଯ୍ୟାଳୟକୁ ଲାଗି ରହିଛି ମା’ଙ୍କ ମନ୍ଦିର। ଏବେ ବହୁ ଘର ନିର୍ମାଣ ହେବା ଫଳରେ ମା’ଙ୍କ ମନ୍ଦିର ଲୁଚିଗଲାଣି। ମା’ଙ୍କ ମନ୍ଦିର ମାତ୍ର ୬ଫୁଟର ମନ୍ଦିର ଓ ଏହା ଭିତରେ ମା’ପୂଜା ପାଉଛନ୍ତି। ମନ୍ଦିର ପାଖକୁ ଯିବାକୁ ଦୁଇ ତିନି ଫୁଟ ଓସାରର ରାସ୍ତା ରହିଛି। ଆଉ ମଧ୍ୟ ପୂଜାପାଠ ଓ ବସିବା ପାଇଁ ସେଭଳି ଯାଗା ନାହିଁ। ମନ୍ଦିର ଏବେ ଆବର୍ଜନାମୟ ହୋଇ ରହିଛି। ଭୋଇ ସେବକମାନେ ମା’ଙ୍କ ମନ୍ଦିରର ମୁଖ୍ୟ ସେବକ ଭାବେ ପୂଜା କରିଥାନ୍ତି। ବହୁ ସମୟରେ ଯେତେବେଳେ ରଥ କାଠ ଟେକିବା ସମ୍ଭବ ହୁଏ ନାହିଁ ସେତେବେଳେ ମା’ଚର୍ଚ୍ଚିକାଙ୍କୁ ସ୍ମରଣ କଲେ ରଥ କାଠ ଟେକି ହୋଇଥାଏ। ତେଣୁ ରଥ ଖଳାର ମୁଖ୍ୟ ଦେବୀ ହେଉଛନ୍ତି ମା’ଚର୍ଚ୍ଚିକା। ଏ ସଂପର୍କରେ ପୁରୀ ଜିଲ୍ଲାପାଳ ଗୁରୁତ୍ୱ ଦେଇ ମନ୍ଦିରର ଉନ୍ନତି କରିବା ପାଇଁ ବାଙ୍କୀ ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ କାଳନ୍ଦୀ ଚରଣ ମହାପାତ୍ର, ପ୍ରତାପ ଚନ୍ଦ୍ର ମହାପାତ୍ର, ସେବକ ସନ୍ତୋଷ କୁମାର ରଣା, ଋଷି କୁମାର ରଣା, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ପ୍ରମୁଖ ଅନୁରୋଧ କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories