www.samajalive.in
Monday, December 8, 2025
27.1 C
Bhubaneswar

ମାଟ୍ରିକ ମେଧାବୀଙ୍କୁ ଛାତ୍ର ବିଜେଡ଼ିର ସମ୍ବର୍ଦ୍ଧନା

ଆଠଗଡ: ଆଠଗଡ ବ୍ଲକରେ ଚଳିତ ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ତିନିଜଣ ମେଧାବୀ ଛାତ୍ରୀଙ୍କୁ ଛାତ୍ର ବିଜେଡ଼ି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଆଠଗଡ ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀ ଦିବ୍ୟାନନ୍ଦା ବେହେରା ସର୍ବୋଚ୍ଚ ନମ୍ବର ରଖି ବ୍ଲକରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ସେହି ସ୍କୁଲର ଛାତ୍ରୀ ସ୍ୱୟଂସ୍ମିତା ବରାଳ ୨ୟ ଏବଂ ଗୋପୀନାଥପୁରସ୍ଥିତ ଉତ୍କଳମଣି ବିଦ୍ୟାପୀଠର ଛାତ୍ରୀ ପିୟାଲି ପ୍ରିୟଦର୍ଶିନୀ ଲେଙ୍କା ୩ୟ ସ୍ଥାନରେ ରହିଛନ୍ତି। ବିଜୁ ଛାତ୍ର ଜନତାଦଳର ବ୍ଲକ ସଭାପତି ସତ୍ୟପ୍ରିୟ ମହାନ୍ତି, ଏନଏସି ସଭାପତି ମହମ୍ମଦ ଖାଲିଦ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ଦାସଙ୍କ ସମେତ ଅନ୍ୟ କର୍ମକର୍ତ୍ତା ସଂପୃକ୍ତ ୩ଜଣ ମେଧାବୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ର ବିଜେଡ଼ିର ନେତାମାନେ ମେଧାବୀ ଛାତ୍ରୀଙ୍କୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରି ଦେଇଥିବା ବାର୍ତ୍ତା ବିଷୟରେ ଅବଗତ କରାଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories