ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମଙ୍ଗଳବାର ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ଦଳ ପୁର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ଉପରେ ଭରସା କରିଛି। ଶ୍ରୀ କୁଲେସିକା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଥିଲେ ଏବଂ ଏଠାରୁ ବିଜେଡି ପ୍ରାର୍ଥୀ ହେବାପାଇଁ ଆଗରେ ଥିଲେ। ତେବେ ୨୦୧୯ରେ ପ୍ରାର୍ଥୀ ହୋଇ ଜିତିଥିବା ପ୍ରଭୁ ଜାନୀଙ୍କ ଉପରେ ଦଳ ଭରସା କରି ଗୁରୁବାର ପ୍ରାର୍ଥୀ କରିବା ପାଇଁ ଘୋଷଣା କରିଥିଲା। ଫଳରେ କୈଳାସ ଚନ୍ଦ୍ର କୁଲେସିକା ଦଳ ଉପରେ ବିଭିନ୍ନ ଆରୋପ କରିବା ସହିତ ସେ କଂଗ୍ରେସରେ ଥିବା ବେଳେ ୨୦୨୪ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ସେ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ମିଶିଥିଲେ ବୋଲି କହିଛନ୍ତି ଏବଂ ତାଙ୍କ ସହିତ ବିଶ୍ବାସଘାତକତା କରା ଯାଇଥିବା ଅଭିଯୋଗ କରି ଗତ ଗୁରୁବାର ରାତିରେ ସେ ବିଜେପିରେ ଯୋଗ ଦେଇଥିଲେ। ଦଳ କୈଳାସଙ୍କ ଉପରେ ଭରସା କରି ପ୍ରାର୍ଥୀ କରିଥିବା ଆଲୋଚନା ହେଉଛି। ପ୍ରାର୍ଥୀ ଘୋଷଣା ହେବାପରେ ଶ୍ରୀ କୁଲେସିକା ମଙ୍ଗଳବାର ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କ ଆଶୀର୍ବାଦ ନେଇ ଲକ୍ଷ୍ମୀପୁର ଫେରିଛନ୍ତି।
Popular Categories



