ଅତାବିରା ମହାବିଦ୍ୟାଳୟରେ ‘ନୂଆ ଓ’ ଉତ୍ସବ ଉଦଯାପିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ମହାବିଦ୍ୟାଳୟରେ ପ୍ରଥମ ଓଡ଼ିଆ ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପରିପ୍ରେକ୍ଷୀରେ ଅତାବିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକୋତ୍ତର ମହାବିଦ୍ୟାଳୟ ପକ୍ଷରୁ ଆଜି ‘ନୂଆ ଓ‘ କାର୍ୟ୍ୟକ୍ରମର ଉଦଯାପନୀ ଉତ୍ସବ ସମ୍ପନ୍ନ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରର ସଭାକାର୍ୟ୍ୟକୁ ଅଧ୍ୟାପକ ପରମାନନ୍ଦ ରଥ ମଞ୍ଚ ପରିଚାଳନା କରିଥିଲେ। ଡଃ ଗୋପୀନାଥ ବାଗ, ଓଡ଼ିଆ ଭାଷା ଓ ଭାଷା ତତ୍ତ୍ଵ ବିଭାଗ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡଃ ଅଭୟ କୁମାର ନାୟକ, ରେଜିଷ୍ଟକ୍ଷର ଏନଆଇଏସଇଆର୍ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଜଗନ୍ନାଥ ଦର୍ଶନ ଉପରେ ଆଲୋକପାତ କରିଥିଲେ।

Comments are closed.