www.samajalive.in
Tuesday, December 9, 2025
16.1 C
Bhubaneswar

ସିଆରପିଏଫ ଯବାନ ପକ୍ଷରୁ ଜନସମ୍ପର୍କ ମେଳା

କଲ୍ୟାଣସିଂହପୁର: ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତରେ ଥିବା ଏଫ୪ର୍ଥ ସିଆରପିଏଫ କ୍ୟାମ୍ପ ପରିସରରେ ଯବାନ ପକ୍ଷରୁ ୨୦୨୩-୨୪ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାୟଗଡା କମାଣ୍ଡାଣ୍ଟ ମୋନାଜ କୁମାର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୮ମ ସିଆରପିଏଫ ବାଟାଲିୟନର ଡାକ୍ତର ସେଲ କୃଷ୍ଣ।, ଏଫ୪ର୍ଥ ବାଟାଲିୟନର ଆସିଷ୍ଟାଣ୍ଡ କମାଣ୍ଡର ଉମାକାନ୍ତ ଭାୟାଜି ଗିରିଡାକର, କ୍ୟାମ୍ପର ଇନିସ୍ପେକ୍ଟର ରାଜେଶ କୁମାର ବିଶ୍ୱକର୍ମା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିରେ ବିଜେପୁର, ଲାଖବାହଲି, ମାଳିଯୁବାଙ୍ଗ, ବେନଗାଁ ଅଞ୍ଚଳର ପ୍ରାୟ ୨୦୦ ଲୋକଙ୍କୁ ବେଦାନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିକାଶ ପ୍ରହରାଜ, ଡକ୍ଟର ଅମିତ କୁମାର, ଡାକ୍ତର ପ୍ରଶାନ୍ତ କୁମାର ଓ କର୍ମଚାରୀ ମାନେ ଉପସ୍ଥିତ ରହି ଚିକିତ୍ସା କରିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ। ମୁଖ୍ୟ ଅତିଥି ୩୦ଟି କ୍ରିକେଟ କିଟ ୩୦ଟି ଗ୍ରାମର କ୍ରିକେଟ ପ୍ରେମୀଙ୍କୁ ପ୍ରଦାନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories