www.samajalive.in
Monday, December 8, 2025
27.1 C
Bhubaneswar

ହକି ଗଡ଼ରେ ଆନନ୍ଦ – ବୀରେନ୍ଦ୍ର ଓ ଅମିତ ଭାରତୀୟ ପୁରୁଷ ଦଳରେ ସାମିଲ

ରାଉରକେଲା: ରାଜ୍ୟରୁ ଦୁଇଜଣ ପୁରୁଷ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଟୋକିଓ ଅଲିମ୍ପିକ୍‌ସ ଲାଗି ଭାରତୀୟ ପୁରୁଷ ଦଳରେ ସାମିଲ ହୋଇଥିବାରୁ ରାଜ୍ୟରେ ଉଲ୍ଲାସ ସୃଷ୍ଟି ହୋଇଛି। ବିଶେଷକରି ଏହି ଦୁଇ ଖେଳାଳିଙ୍କ ଜିଲା ତଥା ହକିର ଗଡ଼ ଭାବେ ପରିଚିତ ସୁନ୍ଦରଗଡ଼ରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।

ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ବ୍ଲକ ଲଛଡ଼ାର ବୀରେନ୍ଦ୍ର ହକିରେ ୨୦୧୨ ଲଣ୍ଡନ ଅଲିମ୍ପିକ୍‌ସ ପରେ ଏବେ ଟୋକିଓ ଅଲିମ୍ପିକ୍‌ସରେ ସେ ସ୍ଥାନ ପାଇଛନ୍ତି। ୨୦୧୬ରେ ଆଣ୍ଠୁରେ ଗୁରୁତର ଆଘାତ ଥିବାରୁ ଏହି ଦୌଡ଼ରୁ ସେ ବାଦ୍‌ ପଡ଼ିଥିଲେ। ଏବେ ଦୁଇଥର ଅଲିମ୍ପିକ ଖେଳିବାର ଗୌରବ ସେ ପାଇଛନ୍ତି। ଜଣେ ଶ୍ରେଷ୍ଠ ରକ୍ଷଣଭାଗ ଖେଳାଳି ଭାବେ ଦଳ ପାଇଁ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ବ ହକି ଲିଗ୍‌ ଫାଇନାଲରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ପ୍ରଶିକ୍ଷକ ପିଟର ତିର୍କୀଙ୍କ ଭାଷାରେ ବୀରେନ୍ଦ୍ର ହେଉଛନ୍ତି ଏକ ଅନନ୍ୟ ଖେଳାଳି, ସେ ଅଭ୍ୟାସ ଯେତିକି କରନ୍ତି, ତାହା ଠାରୁ ଅଧିକ ଭଲ ଖେଳନ୍ତି ବୋଲି ପିଟର କହିଛନ୍ତି।

- Advertisement -

ସେହିପରି ପ୍ରଥମଥର ପାଇଁ ଅଲିମ୍ପିକ ହକି ଟିମରେ ସାମିଲ ହୋଇଛନ୍ତି ଦଳର ଉଦୀୟମାନ ତାରକା ଅମିତ ରୋହିଦାସ। ହକିଗଡ଼ର ଏକ ଗୌରବମୟ ଗାଁ ଭାବେ ପରିଚିତ ବାଲିଶଙ୍କରା ବ୍ଲକର ସଉନାମୁରା (ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଗାଁ)ର ଏହି ଯୁବକ ଦଳର ଅନ୍ୟତମ ଉତ୍ତମ ରକ୍ଷଣଭାଗ ଖେଳାଳି ଭାବେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ପାନପୋଷ କ୍ରୀଡ଼ା ଛାତ୍ରାବାସ ଥିଲା ତାଙ୍କ ପ୍ରଶିକ୍ଷଣର ଆଦ୍ୟ ଭୂମି। ଏହି ଖେଳାଳିଙ୍କ ସମ୍ପର୍କରେ ପ୍ରଶିକ୍ଷକ ବିଜୟ ଲାକ୍ରା କହିଛନ୍ତି ଅମିତଙ୍କ ଭିତରେ ପ୍ରଚଣ୍ଡ ସମ୍ଭାବନା ରହିଛି। ଏବେ ତାଙ୍କୁ ଏକ ବଡ଼ ସୁଯୋଗ ମିଳିଛି। ନିଶ୍ଚିତ ଭାବେ ସେ ଏହାର ସଦୁପଯୋଗ କରିବେ ବୋଲି ଶ୍ରୀ ଲାକ୍ରା ଆଶା ପ୍ରକାଶ କରିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories