www.samajalive.in
Thursday, December 11, 2025
26.1 C
Bhubaneswar

ଓଡ଼ିଶା ହାଇକୋର୍ଟରେ ଇ-ଫାଇଲିଂ ଷ୍ଟେସନ୍‌ର ଉଦ୍‌ଘାଟନ

ଭୁବନେଶ୍ୱର: ଓଡ଼ିଶାର ଆଡ୍‌ଭୋକେଟ୍‌ ଏବଂ ନ୍ୟାୟାଳୟର ଅଧିକାରୀମାନଙ୍କର ସୁବିଧା ନିମନ୍ତେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଇ-କମିଟିର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ୍‌ ଡକଫର ଡି. ୱାଇ. ଚନ୍ଦ୍ରଚୂଡ଼ ୫ଟି ଇ-ସେବାର ଉନ୍ମୋଚନ କରିଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ୍‌ ଡକଫର ଏସ୍‌. ମୁରଲୀଧର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଭିନ୍ନ ଇ-ସେବା କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଉଦ୍‌ଘାଟିତ ହୋଇଥିବା ଇ-ସେବା କାର୍ଯ୍ୟ ମଧ୍ୟରେ ଅଛି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‌ର ଓକିଲମାନଙ୍କ ପାଇଁ ଇ-ଫାଇଲିଂ ଷ୍ଟେସନ୍‌/ଓଡ଼ିଶା ହାଇକୋର୍ଟ ରେକର୍ଡରୁମ୍‌ ଡିଜିଟାଇଜେସନ୍‌ କେନ୍ଦ୍ର/ଓଡ଼ିଶା ହାଇକୋର୍ଟରେ ପେପରଲେସ୍‌ ବେଞ୍ଚ ପ୍ରତିଷ୍ଠା/ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ କୋର୍ଟ କାର୍ଯ୍ୟକ୍ରମକୁ କରାଯିବା ପାଇଁ ଓଡ଼ିଶା ଜୁଡ଼ିସିଆଲ୍‌ ଏକାଡେମୀ, କଟକରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ/କଟକ ଜିଲ୍ଲା ବାର୍‌ ଆସୋସିଏସନ୍‌ର ଓକିଲମାନଙ୍କର ଜିଲ୍ଲା କୋର୍ଟର ଇ-ଫାଇଲିଂ, ଇ-ପେମେଣ୍ଟ ଏବଂ ଅନ୍ୟାନ୍ୟ ଇ-ସେବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହାଇକୋର୍ଟର ମାନ୍ୟବର ଜଷ୍ଟିସ୍‌ ସଂଜୟ କୁମାର ମିଶ୍ର, ମାନ୍ୟବର ଜଷ୍ଟିସ ବିଶ୍ୱଜିତ ମହାନ୍ତି, ମାନ୍ୟବର ଜଷ୍ଟିସ୍‌ ସଂଗ୍ରାମ କୁମାର ସାହୁ, ମାନ୍ୟବର ଜଷ୍ଟିସ ବି.ଆର୍‌. ଷଡଙ୍ଗୀ, ମାନ୍ୟବର ଜଷ୍ଟିସ୍‌ ଦେବବ୍ରତ ଦାଶ, ମାନ୍ୟବର ଜଷ୍ଟିସ୍‌ ଏସ୍‌. ପୂଜାହାରୀ, ମାନ୍ୟବର ଜଷ୍ଟିସ୍‌ ବିଶ୍ୱନାଥ ରଥ, ମାନ୍ୟବର ଜଷ୍ଟିସ୍‌ କେ. ଆର୍‌. ମହାପାତ୍ର, ମାନ୍ୟବର ଜଷ୍ଟିସ ବି.ପି. ରାଉତରାଏ, ମାନ୍ୟବର ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ, ମାନ୍ୟବର ଜଷ୍ଟିସ ସାବିତ୍ରୀ ରଥୋ ଏବଂ ଓଡ଼ିଶାର ଆଡ୍‌ଭୋକେଟ୍‌ ଜେନେରାଲ୍‌ ଏ.କେ. ପରିଜା, ହାଇକୋର୍ଟ ବାର ଆସୋସିଏସନ୍‌ର ସଭାପତି ଜଗବନ୍ଧୁ ସାହୁ ଯୋଗଦାନ କରିଥିଲେ ।

Hot this week

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟଟ୍ଟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

Related Articles

Popular Categories