www.samajalive.in
Thursday, December 11, 2025
26.1 C
Bhubaneswar

ଇଣ୍ଡିଆ ବୁକ ଅଫ୍‌ ରେକର୍ଡ଼ରେ ଦୀପିକା ବିଦ୍ୟାଳୟର ସତ୍ୟସ୍ୱରୁପ

ରାଉରକେଲା: ଇଣ୍ଡିଆ ବୁ୍‌କ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ର ସତ୍ୟସ୍ୱରୁପ ସାହୁ। ମାର୍ସଲ ଆର୍ଟ ପ୍ରତିଯୋଗିତାରେ ଗୋଟିଏ ମିନିଟରେ ୩୧୧ କିକ୍‌ ମାରି ସେ ଏହି ଗୌରବ ହାସଲ କରିଛନ୍ତି। ହରିଆନାର ଫରିଦାବାଦରେ ଅଗଷ୍ଟ ୭ ତାରିଖରେ ଏହି ପ୍ରତିଯୋଗିତା ହୋଇଥିଲା। ୧୭୦୦ ପ୍ରତିଯୋଗୀଙ୍କ ମଧ୍ୟରେ ତାଙ୍କୁ ଏହି ସଫଳତା ମିଳିଥିଲା। ସେକ୍ଟର-୧୬ ଏନଏସସି ଏସଟି ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷକ ଅରୁଣ କୁମାର ସାହୁଙ୍କ ପୁତ୍ର ସତ୍ୟସ୍ୱରୁପ ବିଗତ ଦିନରେ ବହୁ ସଫଳତା ହାସଲ କରିଛନ୍ତି। ଦୀପିକା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୀଣ କୁମାର ଶର୍ମାଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସତ୍ୟସ୍ୱରୁପଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ବିଦ୍ୟାଳୟ ସହିତ ରାଉରକେଲା ସହର ପାଇଁ ସେ ଗୌରବ ଆଣିଥିବା ବେଳେ ଆଗାମୀ ଦିନରେ ଏହି ସଫଳତାକୁ ଅବ୍ୟାହତ ରଖିବେ ବୋଲି ଆଶା କରାଯାଇଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories