www.samajalive.in
Thursday, December 11, 2025
27.1 C
Bhubaneswar

ରାଜ୍ୟରେ ଆଉ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ରହିଛି ୧୩୫ ପଜିଟିଭ୍‌

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ଦୈନିକ ସଂକ୍ରମଣ । ଆଜି ବି ରାଜ୍ୟରେ ୨ଶହ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୨୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୦୩ ଜଣ ରହିଥିବା ସୂଚନା ଦିଆଯାଇଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷର ମଧ୍ୟରେ ୪୧ ଜଣ ସଂକ୍ରମିତ ରହିଛନ୍ତି ।

ସେହିପରି ଗତ ୨୪ ଘଣ୍ଟାରରେ ରାଜ୍ୟରୁ ଆଉ ୬୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮, ଷ୍ଟେଟପୁଲରୁ ୨୮ ଓ ସୁନ୍ଦରଗଡ଼ରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୭, ଯାଜପୁରରୁ ୪, ଝାରସୁଗୁଡାରୁ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥଇବା ବେଳେ ବାଲେଶ୍ୱର ଓ ସମ୍ବଲପୁରୁରୁ ୩ଜଣ ଲେଖାଏ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

- Advertisement -

ସେହିପରି ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ ଓ ନୟାଗଡ଼ରୁ ୨ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ବଲାଙ୍ଗୀର, ଜଗତସିଂହପୁର, କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟା ହ୍ରାସ ପାଇଥିବାରୁ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍ କରୋନା ସକ୍ରିୟ ଆକ୍ରାନ୍ତ ସଂଖ୍ୟ ୧,୪୯୦ରେ ପହଞ୍ଚିଛି ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories