www.samajalive.in
Friday, December 5, 2025
23.1 C
Bhubaneswar

ସେପ୍ଟିକ ଟାଙ୍କିରେ ସୁନା ଖୋଜୁଥିଲେ, ଚାଲିଗଲା ୪ ଜୀବନ

ସମାଜ ଡିଜିଟାଲ ଡେସ୍କ: ସେପ୍ଟିକ ଟାଙ୍କିରେ ସୁନା ଖୋଜିବା ସମୟରେ ଚାଲିଯାଇଛି ୪ ଜଣଙ୍କ ଜୀବନ। ରାଜସ୍ଥାନର ଜୟପୁର ସହରରେ ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ଅନ୍ୟ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାଟି ସୀତାରପୁର ଅଞ୍ଚଳରେ ଥିବା ଅଚଳ ଜେମ୍ସ କମ୍ପାନୀ ପରିସରରେ ଘଟିଛି। ସୂଚନା ଅନୁସାରେ, ଗହଣା ତିଆରି କାରଖାନାରେ ଗହଣା ତିଆରି ସମୟରେ ସୁନା କଣିକାଗୁଡ଼ିକ ପାଣି ସହିତ ସେପ୍ଟିକ ଟାଙ୍କିକୁ ଚାଲିଯାଇଥାଏ। ପ୍ରତି ଦୁଇମାସରେ ଏହି ଟାଙ୍କି ସଫା କରାଯାଇଥାଏ। ଟାଙ୍କିରୁ ରସାୟନଯୁକ୍ତ ପାଣିକୁ ବାହାର କରାଯିବା ପରେ ସେଥିରୁ ସୁନାକୁ ଛାଣି ବାହାର କରାଯାଏ।

- Advertisement -

ଏଥିପାଇଁ ସୋମବାର କାରଖାନା ପକ୍ଷରୁ ୮ଜଣ ସଫେଇ କର୍ମଚାରୀଙ୍କୁ ଟାଙ୍କି ଭିତରେ ସଫା କରିବାକୁ ଛଡ଼ାଯାଇଥିଲା। କିଛି ସମୟରେ ପରେ ଟାଙ୍କି ଭିତରେ ଥିବା ବିଷାକ୍ତ ଗ୍ୟାସ କବଳରେ ଆସି ୬ କର୍ମଚାରୀ ଚେତାଶୂନ୍ୟ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories