www.samajalive.in
Monday, December 8, 2025
27.1 C
Bhubaneswar

ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଦାବୀ ପତ୍ର

ଲକ୍ଷ୍ମୀପୁର : ମହାମାରୀ କରୋନା କଟକଣା କାରଣରୁ ଗତ ପ୍ରାୟ ୨ ବର୍ଷ ହେବ ନିୟମିତ ଭାବେ କେଆର୍ ଲାଇନରେ ରେଳ ଚଳାଚଳ ବନ୍ଦ ରହିଥିଲା। କରୋନା ପ୍ରକୋପ କିଛି ମାତ୍ରାରେ ହ୍ରାସ ପରେ ଅଳ୍ପ କିଛି ଦିନ ସକାଶେ ସ୍ବତନ୍ତ୍ର ରେଳ ଓ ଏହାର କିଛିଦିନ ପରେ କେବଳ ହୀରାଖଣ୍ଡ ଟ୍ରେନ ଚଳାଚଳ କରିଥିଲା। ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ଚାଲିଥିବା ବେଳେ ଗତ କିଛିଦିନ ତଳେ ହୀରାଖଣ୍ଡ ଟ୍ରେନ ସମେତ ରାଉଲକେଲା ଏକ୍ସପ୍ରେସ ଟ୍ରେନ କେଆର୍ ଲାଇନରେ ଚଳାଚଳ କରୁଛି। କିନ୍ତୁ ଆଗରୁ ଯେଉଁ ସବୁ ଷ୍ଟେସନ ଗୁଡିକରେ ଟ୍ରେନର ରହଣି ବ୍ୟବସ୍ଥା ରହିଥିଲା ସେଥି ମଧ୍ୟରୁ ଅନେକ ଷ୍ଟେସନରେ ବର୍ତ୍ତମାନ ଆଉ ଟ୍ରେନ ରହୁନାହିଁ। ସେଥି ମଧ୍ୟରୁ ଲକ୍ଷ୍ମୀପୁର ବ୍ଲକ୍ ସଦର ମହକୁମାର ଷ୍ଟେସନ ମଧ୍ୟ ବାଦ୍ ପଡିନାହିଁ। ବ୍ୟବସାୟିକ ଦୃଷ୍ଠ୍ଟି କୋଣରୁ ହେଉ କିମ୍ବା ସରକାରୀ କାର୍ଯ୍ୟକ୍ରମ ସହ ଡାକ୍ତରଖାନା ଯିବାକୁ ହେଲେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ବିଶାଖାପାଟଣା, ବିଜୟ ନଗର ଭଳି ସହର ଉପରେ ଲକ୍ଷ୍ମୀପୁର ସମେତ ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର ବ୍ଲକର ଲୋକେ ଲକ୍ଷ୍ମୀପୁର ଷ୍ଟେସନ ଉପରେ ନିର୍ଭର କରନ୍ତି।

କିନ୍ତୁ ଆଜି ଲକ୍ଷ୍ମୀପୁର ଭଳି ଗୁରୁତ୍ବପୂର୍ଣ୍ଣ ଷ୍ଟେସନରେ କୌଣସି ମଧ୍ୟ  ଟ୍ରେନ ଷ୍ଟେସନରେ ରହୁନାହିଁ। ଦୀର୍ଘ ଏକ ମାସ ହେଲା ଏନେଇ ସ୍ଥାନୀୟ ଲୋକ ପ୍ରତିନିଧି ମାନେ କିଛି ଗୁରୁତ୍ବ ଦେବେ ଭାବି ଲୋକେ ଚୁପ୍ ରହିଥିଲେ,କିନ୍ତୁ କାହାର ମଧ୍ୟ ଆନ୍ତରିକତା ନଥିବାରୁ ଆଜି ଗ୍ରାମବାସୀ ଏକତ୍ରିତ ହୋଇ ପୂର୍ବତଟ  ଡିଭିଜନାଲ୍ ମ୍ୟାନେଜରଙ୍କୁ ସ୍ଥାନୀୟ ଷ୍ଟେସନ ମାଷ୍ଟରଙ୍କ ମାଧ୍ୟମରେ ସମସ୍ତ ଏକ୍ସପ୍ରେସ ଟ୍ରେନ ଲକ୍ଷ୍ମୀପୁର ଠାରେ ରହଣି ସକାଶେ ଲିଖିତ ଭାବେ ଅନୁରୋଧ କରି ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଯଦି ଲକ୍ଷ୍ମୀପୁରରେ ଟ୍ରେନ ରହଣି ପାଇଁ କୌଣସି ପଦକ୍ଷେପ ନିଆ ନଯାଏ ଆଗାମୀ ଦିନରେ ଶହ ଶହ ଗ୍ରାମବାସୀ ଏକଜୁଟ ହୋଇ ଆଇନକୁ ହାତକୁ ନେବା ସହିତ ରେଳରୋକ କରାଯିବ, ଆବଶ୍ୟକ ପଡିଲେ ଲକ୍ଷ୍ମୀପୁର କୋଡିଙ୍ଗାମାଳିରୁ ଯେଉଁ ବକ୍ସାଇଟ ମାଲବାହୀ ଟ୍ରେନ୍ ରେ ପରିବହନ ହେଉଛି ତାହାକୁ ମଧ୍ୟ ବନ୍ଦ କରାଯିବ ବୋଲି ପ୍ରକାଶ କରିଛନ୍ତି। ଆସନ୍ତା ୪ଦିନ ମଧ୍ୟରେ ରେଳ ବିଭାଗ ପକ୍ଷରୁ କୌଣସି ସନ୍ତୋଷ ଜନକ ଉତ୍ତର ନଆସିଲେ ରେଳରୋକ ସକାଶେ ପୁଣି ଏକ ଦାବୀ ପତ୍ର ପ୍ରଦାନ କରାଯାଇ ଆସନ୍ତା ସପ୍ତାହରୁ ସମସ୍ତ ଟ୍ରେନକୁ ବନ୍ଦ କରିଦିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories