www.samajalive.in
Wednesday, December 10, 2025
26.1 C
Bhubaneswar

ନୂଆପଡାରେ ପ୍ରଥମ କରୋନା ପୋଜିଟିଭ ଚିହ୍ନଟ ପରେ ସାନମହେଶ୍ୱର ପଞ୍ଚାୟତକୁ ୪୮ ଘଣ୍ଟିଆ ସଟ୍‍ଡାଉନ

ଖଡିଆଳ : ନୂଆପଡା ଜିଲାରେ ପ୍ରଥମ କରୋନା ପୋଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲାର ଖଡିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ୱର ପଞ୍ଚୟତର ଝୋଲପଥର ଗ୍ରାମର ପ୍ରବାସୀ ଓଡିଆ ଶ୍ରମିକଙ୍କ ଠାରୁ ଜିଲାର ପ୍ରଥମ କୋଭିଡ-୧୯ ପୋଜିଟିଭ ରିପୋର୍ଟ ଆସିଛି। ଏହି ଶ୍ରମିକ ଜଣକ ମୁମ୍ବାଇ ଫେରନ୍ତା ବୋଲି ଜଣାପଡିଛି।

ସାନମହେଶ୍ୱର ସରପଞ୍ଚ ବିଦୁର ଶବରଙ୍କ ସୂଚନା ଅନୁସାରେ, ଏହି ରୋଗୀ ଜଣକ ଚଳିତ ମାସ ୧୧ ତାରିଖ ଦିନ ସୁଦୂର ମୁମ୍ବାଇରୁ ଫେରି ସାନମହେଶ୍ୱର କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିଲେ। ହେଲେ ତାଙ୍କର ପୋଜିଟିଭ ଆସିବା ପରେ ତାଙ୍କୁ ନୂଆପଡା ସ୍ଥିତ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ସେଠାରେ ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ଭବାନୀପାଟଣା ସ୍ଥିତ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ନେଇ ନୂଆପଡା ଜିଲାପାଳ ଡ. ମଧୁସ୍ମିତା ସାହୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସାନମହେଶ୍ୱର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଜିଲାପାଳ ପରିଦର୍ଶନ କରି କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି। ଏହାସହ ଏହି କ୍ୱାରଣ୍ଟାଇନ କେନ୍ଦ୍ରରେ ଥିବା ସମସ୍ତ ୫୨ ଜଣ ପ୍ରବାସୀ ଶ୍ରମିକଙ୍କ ଆଧାର ସାମ୍ପୂଲ ସଂଗ୍ରହ ହୋଇ ସମସ୍ତଙ୍କ ସ୍ୱାଏବ ପରୀକ୍ଷା ପାଇଁ ପଠାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ପଡୋଶି ବଲାଙ୍ଗିର ଜିଲାର ତୁରେକେଲା ବ୍ଲକରେ ୨ ଜଣ କରୋନା ପୋଜିଟିଭ ବାହାରିବା ପରେ ଏବଂ ସାନମହେଶ୍ୱର ପଞ୍ଚାୟତ ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ସାନମହେଶ୍ୱର ସରପଞ୍ଚ ପଞ୍ଚାୟତକୁ ୪୮ ଘଣ୍ଟିଆ ସଟ୍‍ଡାଉନ ଘୋଷଣା କରିଛନ୍ତି। ଏହି ପଞ୍ଚାୟତର ୮ ଗୋଟି ରାଜସ୍ୱ ଗ୍ରାମ ଏବଂ ଗୋଟିଏ ପଡାଗ୍ରାମ ସହ ସମସ୍ତ ଯାତାୟତ ରାସ୍ତା, ମୁଖ୍ୟ ସଡକ ପଥକୁ ସିଲ କରାଯାଇଛି। କ୍ୱାରେନଣ୍ଟାଇନ କେନ୍ଦ୍ରକୁ ପ୍ରବେଶ ବାରଣ ରହିଥିବା ବେଳେ ଖଡିଆଳ ତହସିଲଦାର ସିନ୍ଧୁସୂତା ପାତ୍ର, ଖଡିଆଳ ବିଡିଓ ଉତ୍ତମ କୁମାର ବାଗ ଏବଂ ଥାନାଧିକାରୀ କେଳାସ ଚନ୍ଦ୍ର ସେଠୀ ପ୍ରମୁଖ ସ୍ଥିତିର ତଦାରଖ କରୁଛନ୍ତି। ଏହାସହ କ୍ୱାରେଣ୍ଟାଇନ କେନ୍ଦ୍ରକୁ ସେନିଟାଇଜ କରାଯାଇଥିବା ଦେଖିଭାକୁ ମିଳିଛି। ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ଜିଲାବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

- Advertisement -

 

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories