ଭୋଟ୍ ଦେଇ ଆଙ୍ଗୁଠିରେ କାଳି ଲଗାଇଥିଲେ ଦେଇପାରିବେ ପରୀକ୍ଷା, ସ୍ପଷ୍ଟ କଲା ଏନଟିଏ

ଡେସ୍କ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ସ୍ପଷ୍ଟ କରିଛି ଯେ ସାଧାରଣ ନିର୍ବାଚନରେ ଯେଉଁ ଛାତ୍ରଛାତ୍ରୀ ମାନେ ଭୋଟ୍ ଦେଇ ଆଙ୍ଗୁଠିରେ କାଳି ଲଗାଇ ଥିବେ ସେମାନଙ୍କୁ ପରୀକ୍ଷା ହଲ୍ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯିବ ନାହିଁ। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏ ସଂକ୍ରାନ୍ତରେ ଯେଉଁ ତଥ୍ୟ ପ୍ରଚାର ଚାଲିଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କହିଛି ଯେ ସେ ଏଭଳି କୌଣସି ନିର୍ଦ୍ଦେଶାବଳୀ ଜାରି କରିନାହାଁନ୍ତି।


ଏଜେନ୍ସି ଛାତ୍ରମାନଙ୍କୁ ଏଭଳି ଗୁଜବ ପ୍ରତି ଧ୍ୟାନ ନଦେବାକୁ ଏବଂ ସେମାନଙ୍କ ମତଦାନ ଅଧିକାର ବ୍ୟବହାର କରିବାକୁ କହିଛି। ଛାତ୍ରଛାତ୍ରୀମାନେ ପାଠପଢ଼ା ଉପରେ ଧ୍ୟାନ ଦେଇ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କହିଛି।

Comments are closed.