www.samajalive.in
Monday, December 8, 2025
27.1 C
Bhubaneswar

ଧାମରାଇ +୨ କଲେଜ ପକ୍ଷରୁ ୨ଦିନିଆ ଏନଏସଏସ କାର୍ଯ୍ୟକ୍ରମ

ଧାମରା: ଧାମରା ମତ୍ସ୍ୟ ପୋତାଶ୍ରୟଠାରେ ଧାମରାଇ +୨ କଲେଜ ତରଫରୁ ୨ ଦିନିଆ ଏନଏସଏସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଏନଏସଏସ ପ୍ରୋଗ୍ରାମ ଅଫିସର ରାଜେନ୍ଦ୍ର ନାରାୟଣ ରାଉତ ଫିତାକାଟି ଉଦଘାଟନ କରିଥିଲେ। ପରେ ଧାମରାଇ +୨ କଲେଜର ଏନଏସଏସରେ ଭାଗ ନେଇଥିବା ୫୦ଜଣ ସ୍ୱୟଂ ସହାୟକ ବାଳକ ବାଳିକା ମତ୍ସ୍ୟ ପୋତାଶ୍ରୟ ଅଧିନରେ ଥିବା ସମସ୍ତ ସ୍ଥାନକୁ ସଫେଇ କରିବା ସହ ମତ୍ସ୍ୟ ପୋତାଶ୍ରୟ ଅଧିନରେ ଥିବା କଲୋନୀରେ ଏକ ରାଲି କରି ଆଜି ଭଳି ଦିନରେ ପରିବେଶକୁ ସଫାସୁତୁରା କରିବା ସହ ନିଜର ପାରିପାର୍ଶ୍ବିକ ଅଞ୍ଚଳକୁ ସଫା ରଖିବା ପାଇଁ ସାଧାରଣ ଜନତାଙ୍କୁ ଅବଗତ କରାଇଥିଲେ। ଏହି ରାଲି ଗଙ୍ଗାମାତା ମନ୍ଦିରଠାରୁ ବାହାରି ପୋତାଶ୍ରୟ କଲୋନୀ ହୋଇ ଧାମରା ବଜାର ପରିକ୍ରମା କରିଥିଲା। ଏଥିସହ ଆଗାମୀ ଦିନରେ ଅଳିଭରିଡଲେ କଇଁଛଙ୍କ ପ୍ରଜନନ ରୁତୁ ଆସୁଥିବାରୁ ସେହି ସମୟରେ ସମସ୍ତ ଜନସାଧାରଣଙ୍କ ସହ ଧାମରା ମତ୍ସ୍ୟପୋତାଶ୍ରୟ ଅଧିନରେ ଚାଲୁଥିବା ସମସ୍ତ ଭୁଟୁଭୁଟି, ଟ୍ରଲର, ଗିଲେଟିନ ଚାଳକ ଏବଂ ଷ୍ଟାଫମାନଙ୍କୁ ଏହି ବିଷୟରେ ଅବଗତ କରିବା ସହ ପ୍ରାକୃତିକ ଭାରସାମ୍ୟକୁ ସନ୍ତୁଳିତ ରଖିବା ପାଇଁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିଥିବା ବେଳେ ଅନ୍ତିମ ଦିବସରେ ଧାମରାଇ +୨ କଲେଜର ଅଧ୍ୟାପକ ବିଜୟ କୁମାର ସାହୁ, ମନୋରଞ୍ଜନ ମଲିକ, ମାନସ ରଞ୍ଜନ ଦାସ, ବଜୟ କୁମାର ରାଉତ, ଉମେଶ ମାଝୀ ଏବଂ ଅକ୍ଷୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories