www.samajalive.in
Tuesday, December 9, 2025
17.1 C
Bhubaneswar

ଉତ୍ତର କୋରିଆର ଦୂରଗାମୀ କ୍ରୁଜ କ୍ଷେପଣାସ୍ତ୍ର ପରୀକ୍ଷା

ପ୍ୟୋଙ୍ଗୟାଙ୍ଗ: ଗତ ସପ୍ତାହ ଶେଷରେ ଉତ୍ତର କୋରିଆ ଦୀର୍ଘ ଦୂରତା ଅତିକ୍ରମ କରିବାକୁ ସମର୍ଥ କ୍ରୁଜ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଦେଶର ସରକାରୀ ଗଣମାଧ୍ୟମରେ କୁହାଯାଇଛି ଯେ ଏହା ସାମରିକ ଦୃଷ୍ଟିରୁ ଯଥେଷ୍ଟ ଗୁରୁତ୍ୱ ରଖୁଥିବା ଏକ ମାରକ କ୍ଷେପଣାସ୍ତ୍ର ହୋଇଛି। ଆମେରିକା ସହିତ ପରମାଣୁ  କାର୍ଯ୍ୟକ୍ରମକୁ ନେଇ ଉତ୍ତର କୋରିଆର ଦୀର୍ଘକାଳରୁ ବିବାଦ ଲାଗିରହିଥିବାବେଳେ ଏହା ଏଭଳି ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହା ଉତ୍ତର କୋରିଆର କ୍ଷେପଣାସ୍ତ୍ର ପ୍ରଯୁକ୍ତିରେ ଅଗ୍ରଗତିର ସୂଚନା ଦେଉଥିବା ବିଶ୍ଲେଷକମାନେ କହିଛନ୍ତି। ଗତ ଶନିବାର ଓ ରବିବାର ଦୁଇଦିନ ଏହାର ପରୀକ୍ଷଣ କରାଯାଇଥିବା ସୂଚନା ଦେଇଛି ସରକାରୀ କୋରିଆନ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି।

 

- Advertisement -

ନିକ୍ଷେପ କରାଯିବା ପରେର କ୍ଷେପଣାସ୍ତ୍ର ୧୫୦୦ କିଲୋମିଟର ଦୂରତା ଅତିକ୍ରମ କରି ଲକ୍ଷ୍ୟସ୍ଥଳ ଭେଦ କରିଥିବା କେସିଏନଏ ପକ୍ଷରୁ ସୂଚନା ଦିଆଯାଇଛି। ଶତ୍ରୁପକ୍ଷକୁ କଡା ଜବାବ ଦେବାକୁ ଏହା ସମର୍ଥ ବୋଲି ଏହି ଖବର ସରବରାହ ସଂସ୍ଥା କହିଛି। ସୂଚନାଯୋଗ୍ୟ ଯେ ପରମାଣୁ ଅସ୍ତ୍ରଶସ୍ତ୍ର ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଉତ୍ତର କୋରିଆ ବିରୁଦ୍ଧରେ ଆନ୍ତର୍ଜାତିକ କଟକଣା ଲାଗୁ କରାଯାଇଛି। ତେବେ ପ୍ୟୋଙ୍ଗୟାଙ୍ଗକୁ କ୍ରୁଜ କ୍ଷେପଣାସ୍ତ୍ର ବିକାଶ କ୍ଷେତ୍ରରେ କଟକଣା ଲଗାଯାଇନାହିଁ। ତତ୍‍ସହିତ ଆମେରିକାର ଆକ୍ରମଣକୁ ପ୍ରତିହତ କରିବାକୁ ଏହା ନିଜର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେଉଥିବା ଉତ୍ତର କୋରିଆ କହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories