www.samajalive.in
Saturday, December 6, 2025
26.1 C
Bhubaneswar

ଉତ୍ତର କୋରିଆରେ ଲକଡାଉନ୍‌ ଘୋଷଣା

ପ୍ୟୋଙ୍ଗୟାଙ୍ଗ: ଉତ୍ତରକୋରିଆରେ ପୁଣି କରୋନା ଆତଙ୍କ । ଜଣେ ବ୍ୟକ୍ତିଙ୍କ କରୋନା ମାମଲା ପଜିଟିଭ୍‌ ଆସିବା ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ସମଗ୍ର ଦେଶରେ ଲକଡାଉନ୍‌ କଟକଣା ଲାଗୁ କରିଛନ୍ତି । କୁହାଯାଇଛି କି ସମ୍ପୃକ୍ତ କରୋନା ପଜିଟିଭ୍‌ ବ୍ୟକ୍ତି ଜଣକଙ୍କ ନିକଟରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେଣୁ କିମ ଜୋଙ୍ଗ ସଂକ୍ରମଣରେ ରୋକ୍‌ ଲଗାଇବାକୁ ଲକଡାଉନ୍‌ ଘୋଷଣା କରିଛନ୍ତି ।

ଓମିକ୍ରନ୍‌ ଭୂତାଣୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ବହୁ ଦିନ ଧରି ଜ୍ୱରରେ ପୀଡ଼ିତ ଥିଲେ । ପରେ ସେ କରୋନା ଟେଷ୍ଟ କରାଇଥିଲେ । ରିପୋର୍ଟରେ ତାଙ୍କର ପଜିଟିଭ୍‌ ଆସିଥିବା ବେଳେ ବ୍ୟକ୍ତି ଜଣକ ଓମିକ୍ରନ୍‌ ଭାରିଆଣ୍ଟରେ ସଂକ୍ରମିତ ଥିବା କୁହାଯାଇଛି ।

- Advertisement -

କୋରିଆର ସେଣ୍ଟ୍ରାଲ ନ୍ୟୁଜ୍‌ ଏଜେନ୍ସି (କେସିଏନଏ)ର ସୂଚନା ଅନୁଯାୟୀ ଦେଶରେ ଓମିକ୍ରନ୍‌ ଭୂତାଣୁ ଚିହ୍ନଟ ହେବା ପରେ କିମ ଜୋଙ୍ଗ ଉନ୍‌ ଅଧିକାରୀ ମାନଙ୍କ ସହ ଏକ ବୈଠକ କରିଥିଲେ । ବୈଠକ କରିବା ପରେ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗକୁ ୨ ଦିନ ପାଇଁ ତାଲାବନ୍ଦ ଘୋଷଣା କରିଛନ୍ତି ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories