www.samajalive.in
Monday, December 8, 2025
27.1 C
Bhubaneswar

୨ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି, ଏହି ରାଜ୍ୟରେ ଲାଗୁ ହେଲା ନୂଆ ନିୟମ

ଗୁଆହାଟୀ: ଆସାମ ସରକାର ଏକ କଠୋର ଏବଂ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୌଣସି ବ୍ୟକ୍ତିଙ୍କର ୨ରୁ ଅଧିକ ସନ୍ତାନ ଥିଲେ ତାଙ୍କୁ ଏଣିକି ସରକାରୀ ଚାକିରି ମିଳିବ ନାହିଁ ବୋଲି ସୋମବାର ରାତିରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜନସଂଖ୍ୟା ବୃଦ୍ଧି ଉପରେ ରୋକ୍‌ ଲଗାଇବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଜନସମ୍ପର୍କ ପ୍ରକୋଷ୍ଠ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଛୋଟ ପରିବାର ମାନଦଣ୍ଡ ଅନୁସାରେ ୨୦୨୧ ଜାନୁୟାରୀରୁ ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରି ଦିଆଯିବ ନାହିଁ। ନୂଆ ନୀତି ଅଧୀନରେ ଏହି ସର୍ତ୍ତକୁ କେବଳ ସରକାରୀ ଚାକିରି ଦିଆଯିବା ସମୟରେ ଧ୍ୟାନ ଦିଆଯିବ ନାହିଁ, ବରଂ ଚାକିରି ଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ପାଳନ କରିବାକୁ ହେବ। ସେମାନଙ୍କ ସନ୍ତାନ ସଂଖ୍ୟାରୁ ୨ରୁ ଯେପରି ଅଧିକ ନ ହେବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବେ। ଯଦି କେହି ଏଥିରେ ଖିଲାପ କଲେ ଅଥବା ଚାକିରି ପରେ ସନ୍ତାନ ସଂଖ୍ୟା ୨ରୁ ଅଧିକ ହେଲା, ତେବେ ତାଙ୍କୁ ଚାକିରିରୁ ବହିଷ୍କାର କରାଯିବ। ଏହା ବ୍ୟତୀତ କ୍ୟାବିନେଟ ବୈଠରେ ନୂଆ ଭୂମି ନୀତିକୁ ବି ମଞ୍ଜୁରୀ ମିଳିଛି। ଭୂମିହୀନମାନଙ୍କୁ ଚାଷ ଏବଂ ଘର ପାଇଁ ଉପଯୁକ୍ତ ଜମି ଯୋଗାଇ ଦିଆଯିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories