www.samajalive.in
Monday, December 8, 2025
27.1 C
Bhubaneswar

ବିହାରରେ ଆଇସିୟୁ ନିର୍ମାଣ ପାଇଁ ୨୫ ଲକ୍ଷ ଲେଖାଏଁ ଟଙ୍କା ଦେବେ ୧୭ ବିଜେପି ସାଂସଦ

ପାଟନା : ବିହାରର ମୁଜଫରପୁରରେ ମସ୍ତିଷ୍କ ଜ୍ୱର ପ୍ରକୋପରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଓ ଅବ୍ୟବସ୍ଥିତ ସ୍ୱାସ୍ଥ୍ୟସେବା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲା ହସ୍ପିଟାଲରେ ପିଆଇସିୟୁ ଓ ଅନ୍ୟ ଡାକ୍ତରୀ ଯନ୍ତ୍ରପାତିର ଅଭାବ ପାଇଁ ରାଜ୍ୟ ସରକାର ବିଭିନ୍ନସ୍ତରରେ ନିନ୍ଦିତ ହୋଇଛନ୍ତି। ଏଭଳି ସମୟରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତା ନିତ୍ୟାନନ୍ଦ ରାୟ ଶୁକ୍ରବାର ଦିନ ବିହାରରେ ଆଇସିୟୁ ନିର୍ମାଣ ପାଇଁ ବଡ଼ ଘୋଷଣା କରିଛନ୍ତି। ନିତ୍ୟାନନ୍ଦ ଘୋଷଣା କରିଛନ୍ତି ଯେ ବିହାରର ବିଜେପି ସାଂସଦମାନେ ନିଜ ନିର୍ବାଚନ ମଣ୍ଡଳୀର ସଦର ହସ୍ପିଟାଲରେ ଶିଶୁଙ୍କ ପାଇଁ ପିଆଇସିୟୁ ନିର୍ମାଣ ପାଇଁ ୨୫ ଲକ୍ଷ ଲେଖାଁଏ ଟଙ୍କା ଦାନ କରିବେ।
ପ୍ରକାଶ ଯେ ମୁଜଫରପୁର ସମେତ କେତେକ ଜିଲାରେ ମସ୍କିଷ୍କ ଜ୍ୱରରେ ୧୫୦ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ବିଶେଷଜ୍ଞ ଡାକ୍ତରଙ୍କ ସହ ବୈଠକ କରିଥିଲେ। ଏହି ଜ୍ୱରକୁ ରୋରକିବା ପାଇଁ ବିଶେଷଜ୍ଞଙ୍କ ଏକ ଦଳ ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories