www.samajalive.in
Monday, December 8, 2025
27.1 C
Bhubaneswar

ଲୋକସଭାରେ ଆଗତ ହେଲା ୩୦ଟି ବେସରକାରୀ ବିଧେୟକ

ନୂଆଦିଲ୍ଲୀ: ଲୋକସଭାରେ ଶୁକ୍ରବାର ୩୦ଟି ବେସରକାରୀ ବିଧେୟକ ଆଗତ ହୋଇଛି। ଏଥିରେ ଅନୁଛେଦ ୩୭୦ରେ ସଂଶୋଧନ ଏବଂ ଗୋ ସଂରକ୍ଷଣ ସମ୍ପର୍କିତ ବିଧେୟକ ରହିଛି। ରାଷ୍ଟ୍ରୀୟ ସମାଜବାଦୀ ପାର୍ଟି ସାଂସଦ ଏନ.କେ. ପ୍ରେମ ଚନ୍ଦ୍ରନ ସଂଶୋଧନ ପାଇଁ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ – ୨୦୦୫ ବେସରକାରୀ ବିଧେୟକ ଆଗତ କରିଥିଲେ।

ଭାରତୀୟ ଜନତା ଦଳର ସାଂସଦ ନିଶିକାନ୍ତ ଦୁବେ ସମ୍ବିଧାନର ଅନୁଛେଦ ୩୭୦ରେ ସଂଶୋଧନ ପାଇଁ ସମ୍ବିଧାନ (ସଂଶୋଧନ) ବିଧେୟକ – ୨୦୧୯ ଉପସ୍ଥାପନ କରିଥିଲେ। ଦୁବେ ଦେଶରେ ଗୋଧନ ସଂଖ୍ୟା ସୁନିଶ୍ଚିତ କରିବା ଓ ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ସମ୍ପର୍କିତ ଗୋ ସାଂଗରକ୍ଷଣ ବିଧେୟକ – ୨୦୧୯ ମଧ୍ୟ ଶୁକ୍ରବାର ଲୋକସଭାରେ ଉପସ୍ଥାପନ କରିଛନ୍ତି। ଅନ୍ୟପକ୍ଷରେ ବୁନ୍ଦେଲଖଣ୍ଡରେ ଜଳ ସଙ୍କଟ ଦୂର କରିବା ଏବଂ ଗୋବଂଶ ସମସ୍ୟା ସମାଧାନ ନେଇ ବିଜେପି ସାଂସଦ କୁଅଁର ପୁଷ୍ପେନ୍ଦ୍ର ସିଂହ ଚନ୍ଦନ ଆଲୋଚନା ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ବୁନ୍ଦେଲଖଣ୍ଡରେ ଜଳ ସମସ୍ୟା ଦୂର ହେଲେ ଅନ୍ୟ ସବୁ ସମସ୍ୟା ସମାଧାନ ହୋଇଯିବ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories