www.samajalive.in
Monday, December 8, 2025
27.1 C
Bhubaneswar

କଥା କଥାରେ ଅଗ୍ନି ଉଦ୍‌ଗାରୁଥିଲେ ଦୁଇ ଶତ୍ରୁ, ଏବେ ମିତ୍ର – ପାଦ ଛୁଇଁଲେ ଆଲିଙ୍ଗନ କଲେ

ପାଟନା – ରାଜନୀତିର ପଶାପାଲିରେ ଅନେକ କଥା ବଦଳିଯାଏ । ଏଠି ବାପ ପୁଅର ଶତ୍ରୁ । ଯେପରି ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଥିବା ଯଶଓ୍ୱନ୍ତ ସିହ୍ନା, ତାଙ୍କ ବିରୋଧରେ ଭୋଟ ଦେଲେ ବିଜେପିରେ ଥିବା ତାଙ୍କ ପୁଅ ଜୟନ୍ତ ସିହ୍ନା  । କେତେବେଳେ କିଏ କାହାର ଶତ୍ରୁ ତ କେତେ ବେଳେ ମିତ୍ର ।

କିଛି ଦିନ ତଳେ ଆର୍‌ଜେଡି ଅଧ୍ୟକ୍ଷ ତେଜସ୍ୱୀ ଯାଦବ ନୀତିଶ କୁମାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ । ତାଙ୍କ ସରକାରକୁ ବାରମ୍ବାର ଆକ୍ଷେପ କରୁଥିଲେ । ସଭା ସମିତିରେ ନୀତିଶଙ୍କୁ ପ୍ରବଳ ଗାଳି ଦେଉଥିଲେ । ଏବେ ନୀତିଶଙ୍କ ସହ ମିଶି ବିହାରରେ ସରକାର ଗଠନ କରିଛନ୍ତି ।

- Advertisement -

ନୀତିଶ ମଧ୍ୟ ଲାଲୁଙ୍କ ସହ ତେଜସ୍ୱୀଙ୍କର କମ୍‌ ବିରୋଧ କରି ନାହାନ୍ତି । ସେ ବି ତାଙ୍କ ପରିବାରକୁ ଆକ୍ଷେପ କରିବାରେ ପଛରେ ନଥିଲେ । ବିଜେପି ସହ ମେଣ୍ଟ କରି ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ପଦ ହାସଲ କରିଥିଲେ । ମାତ୍ର ଏବେ ବିଜେପି ସହ ମେଣ୍ଟ ଭାଙ୍ଗି ଶତ୍ରୁକୁ ମିତ୍ର କରିଛନ୍ତି । ପୂର୍ବରୁ ମିତ୍ର ଥିବା ବିଜେପି ଏବେ ଘୋର ଶତ୍ରୁ । ବିଜେପି ସହ ମେଣ୍ଟ ଭାଙ୍ଗିବା ମାତ୍ରେ ସେ ଦଳ ବିରୋଧରେ ବିଷ ଓଗାରିଥିଲେ । କହିଥିଲେ ବିଜେପି ଜେଡିୟୁକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି । ପ୍ରକୃତ ପକ୍ଷେ ଗତ ନିର୍ବାଚନରେ ବିଜେପି ଅଧିକ ଆସନ ଜିତିଥିଲା ।

ହେଲେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଦେଇଥିଲା । ତା ପରଠାରୁ ବିଜେପି ବିହାରରେ ବଡଭାଇର ଭୂମିକା ନିର୍ବାହ କରିଥିଲା । ଏହା ନୀତିଶଙ୍କୁ ଭଲ ଲାଗିଲା ନାହିଁ । ସେଥିପାଇଁ ତଥା ନିର୍ବାଚନ ଆଉ ଅଳ୍ପ ବର୍ଷ ବାକିଥିବାରୁ ବିଜେପି ସହ ସମ୍ପର୍କ ଛିନ୍ନ କରି ଆର୍‌ଜେଡି ହାତ ଧରିଛନ୍ତି । କେତେବେଳେ ନୀତିଶ ପଲଟିଯିବେ କିଛି କହିହେବ ନାହିଁ । ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ଉତ୍ସବରେ ତେଜସ୍ୱୀ ନୀତିଶଙ୍କ ପାଦ ଛୁଇଁଛନ୍ତି । ପରସ୍ପରକୁ ଆଲିଙ୍ଗନ କରିଛନ୍ତି । ତେବେ ଏ ମଧୁର ସମ୍ପର୍କ କେତେ ଦିନ ତିଷ୍ଠି ରହିବ ଦେଖିବା କଥା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories