www.samajalive.in
Monday, December 8, 2025
20.1 C
Bhubaneswar

ରାଜ୍ୟ ସରକାରମାନଙ୍କୁ ୧,୧୬,୬୬୫.୭୫ କୋଟି ଟଙ୍କାର ଟିକସ ହସ୍ତାନ୍ତର

ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ ରାଜ୍ୟମାନଙ୍କୁ ମିଳିଲା ଅଧିକ ଅର୍ଥରାଶି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଟିକସ ହସ୍ତାନ୍ତର (ଡିଭୋଲ୍ୟୁସନ)ର ଦୁଇଟି କିସ୍ତି ଜାରି କରିଛନ୍ତି । ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ ଆଜି ସୁଦ୍ଧା କେନ୍ଦ୍ର ସରକାର ୧,୧୬,୬୬୫.୭୫ କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଭାଗ ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି । ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ୫,୨୮୨.୮୬ କୋଟି ଟଙ୍କାର ଟିକସ ଭାଗ ମିଳିଛି ।

ପୁଞ୍ଜି ଏବଂ ବିକାଶମୂଳକ ବ୍ୟୟକୁ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟମାନଙ୍କର କ୍ଷମତା ବୃଦ୍ଧି ସକାଶେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଅନୁରୂପ ଅଧିକ ପରିମାଣର ଟିକସ ଡିଭୋଲ୍ୟୁସନ ରାଜ୍ୟମାନଙ୍କୁ ଜାରି କରାଯାଇଛି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories