www.samajalive.in
Tuesday, December 9, 2025
17.1 C
Bhubaneswar

୭ଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ୭ଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରବିବାର ଦିନ ହିମାଚଳ ପ୍ରଦେଶର କାଙ୍ଗରାଠାରେ ସେ ଏହି ପ୍ରକଳ୍ପଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ ୪ହଜାର ୪୧୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପର୍ଯ୍ୟଟନର ବିକାଶ, ନିରାପଦ ଯାତ୍ରା, ଯାତ୍ରା ଅବଧି ହ୍ରାସ, ରାଜପଥର ସୌନ୍ଦର୍ଯ୍ୟ କରଣ, ପରିବ୍ୟାପ୍ତ ଆର୍ଥିକ କାର୍ଯ୍ୟକଳାପ ମାଧ୍ୟମରେ ରୋଜଗାର ପ୍ରଦାନ ଏବଂ ସବୁଦିନିଆ ସଡ଼କ ଆଦି ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ। ଏହି ଯୋଜନାରେ ପଞ୍ଜାବ-ହିମାଚଳ ପ୍ରଦେଶ ସୀମାଠାରୁ ସିହୁଣି ପର୍ଯ୍ୟନ୍ତ ୧୫୪ ନମ୍ବର ଜାତୀୟ ରାଜପଥର ୩୭.୦୩ କିଲୋମିଟର ରାସ୍ତା ଚାରି ଲେନିଙ୍ଗ ପାଇଁ ୧ ହଜାର ୫୭୨ କୋଟି ଟଙ୍କା, ସାହିବଗୁମା – ଫେଂଜୁପଲ ରାସ୍ତାର ୭୦୭ ନମ୍ବର ଜାତୀୟ ରାଜପଥର ୧୦୪.୩ କିଲୋମିଟର ଅଂଶର ଚାରି ଲେନିଙ୍ଗ ପାଇଁ ୧ ହଜାର ୩୫୬ କୋଟି ଟଙ୍କା ଏବଂ ହମିରପୁର – ମଣ୍ଡି ୭୦ ନମ୍ବର ଜାତୀୟ ରାଜପଥର ୧୦୯.୪୫ କିଲୋମିଟର ରାସ୍ତା ପାଇଁ ୧୩୩୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସାନ୍ତା କୁମାର ପ୍ରମୁଖ ସେଠାରେ ଉପସ୍ଥିତ ରହିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories