www.samajalive.in
Monday, December 8, 2025
24.1 C
Bhubaneswar

କେନ୍ଦ୍ର ବଜେଟ୍ ଲୋକାଭିମୁଖୀ ନୁହେଁ, ଐତିହାସିକ ବିପତ୍ତି: ନିରଞ୍ଜନ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜ୍ୟ ଓ ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଦୁର୍ବଳ ଓ ବିପର୍ଜ୍ୟସ୍ତ ହୋଇପଡ଼ିଛି। ଆମର ଅର୍ଥନୈତିକ ଅବସ୍ଥା ବାଙ୍ଗଲାଦେଶଠାରୁ ବି ଖରାପ ସ୍ଥିତିରେ ପହଞ୍ଚିଛି। ଏହା ଏକ ଐତିହାସିକ ବିପତ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ନିରଞ୍ଜନ କହିଛନ୍ତି ଯେ, ଏହି ବଜେଟ ଦ୍ବାରା ଗରିବ ଓ ଗ୍ରାମୀଣ ଏବଂ ସହରାଞ୍ଚଳରେ ଥିବା ମଧ୍ୟବିତ୍ତ ଲୋକଙ୍କ ରୋଜଗାର ବଢ଼ିବାର କୌଣସି ସମ୍ଭାବନା ନାହିଁ। କୋଟି କୋଟି ଲୋକ ରୋଜଗାର ହରାଇ ବସିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସକରାର ରୋଜଗାର ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଅପରପକ୍ଷରେ ଦେଶର ୧% ଲୋକଙ୍କର ୩୫% ଆୟ ବଢ଼ିଯାଇଛି। ଦେଶରେ ସମ୍ପଦକୁ କିପରି ସମତାର ସହ ବିତରଣ କରାଯିବ, ସେଥିପାଇଁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ବାହାର ନ କରିବା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ନିରଞ୍ଜନ ପଟ୍ଟନାୟକ ବଜେଟ ଉପରେ ନିଜର ନିଜର ପତିକ୍ରିୟା ଦେଇ କହିଛନ୍ତି।

- Advertisement -

ନିରଞ୍ଜନ ଆହୁରି କହିଛନ୍ତି, ଏହା ଏକ ନୈରାଶଜନକ ବଜେଟ। ନିର୍ଦ୍ଦିଷ୍ଟ ଏକ ସେକ୍ଟରକୁ ଫୋକସ କରି ବଜେଟ ତିଆରି ହୋଇଛି। ଏହି ବଜେଟଟି ପୁଞ୍ଜପତିଙ୍କୁ ସୁହାଇଲା ଭଳି ବଜେଟ। ଦେଶକୁ ବିକ୍ରି କରିବା ପାଇଁ ଏହା ଏକ ମସୁଧା। ଏଥିରେ  ଓଡ଼ିଶାର ନୀଳାଚଳ ଇସ୍ପାତ ନିଗମ ବିକ୍ରି କରାଯିବା ମଧ୍ୟ ଅନ୍ତର୍ଭୁକ୍ତ। ଏଲଆଇସିକୁ ୭୪% ଏଫ୍‌ଡିଆଇ ଦେବା କେତେଦୂର ଯୁକ୍ତି ସଂଗତ ? ଏପରି ମହାମାରୀ ସମୟରେ ଆମ ଦେଶ ଓ ରାଜ୍ୟ ପାଇଁ ଏହି ବଜେଟ ଅତ୍ୟନ୍ତ ନୈରାଶ୍ୟଜନକ ଥିବାବେଳେ କେବଳ ହାତଗଣତି ପୁଞ୍ଜିପତି, ଶିଳ୍ପଦ୍ୟୋଗୀ, ଏକ ନିର୍ଦ୍ଦିଷ୍ଟ ଧନୀ ଗୋଷ୍ଠୀ ପାଇଁ ବଜେଟ ହୋଇଛି। ଗରିବ ଖଟିଖିଆ, ନିମ୍ମମଧ୍ୟବିତ, କୃଷକ, ଶ୍ରମିକମାନଙ୍କ ପାଇଁ ବଜେଟ ଉଦ୍ଦିଷ୍ଟ ନୁହେଁ ବୋଲି ପିସିସି ସଭାପତି ପଟ୍ଟନାୟକ କହିଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories