www.samajalive.in
Monday, December 8, 2025
17.1 C
Bhubaneswar

ମୁଁ ବଞ୍ଚିଛି.. ମୋ ନାଁରେ ଖାଇଦେଲେ ହରିଶଚନ୍ଦ୍ର ସହାୟତା

ନୀଳଗିରି: ମୁଁ ବଞ୍ଚିଛି.. ମତେ ଖାତାରେ ମାରିଦେଲେ । ଖାତାରେ ମାରିବା ପରେ ମୋ ନାଁରେ ଟଙ୍କା ଉଠାଇ ଖାଇଦେଲେ । ଏକଥା ଆମେ କହୁନୁ କହୁଛନ୍ତି ହରିଚନ୍ଦ୍ର ଯୋଜନାରେ ମୃତ ଘୋଷଣା କରାଯାଇଥିବା ବ୍ୟକ୍ତି । ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଘଟଣା । ଔପଦା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ଜିଲାପରିଷଦ ସଭ୍ୟା ଉଷାରାଣୀ ରାଉଳ ସରପଞ୍ଚ ଥିବା ସମୟରେ ଏଭଳି ମହାଦୁର୍ନୀତି ହୋଇଥିବା ନଜିର ଆସିଛି । ସେହି ଗାଁର ଅକ୍ଷୟ ମହାଳିକଙ୍କ ପୁଅ ଅଭିମନ୍ୟୁ ସମ୍ପ୍ରତି ରାଜମିସ୍ତ୍ରୀ ଭାବେ କାମକରନ୍ତି । ଆଉ ସେହି ରୋଜଗାର ଟଙ୍କାରେ ନିଜର ତେଲ ଲୁଣ ସଂସାର ଚଳାନ୍ତି । ୨୦୨୦ ଏପ୍ରିଲ ୨୭ତାରିଖରେ ତାଙ୍କ ନାମରେ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ଉଠାଯାଇ ଚଳୁ କରାଯାଇଛି ।

- Advertisement -

ସବୁଠାରୁ ଆଶ୍ଚର୍ଯ୍ୟକର କଥା ଶ୍ୟାମସୁନ୍ଦରପୁର ପଞ୍ଚାୟତର ଶ୍ରୀଦେଇପୁର ଗାଁର ବାବାଜି ପାତ୍ରଙ୍କ ସ୍ତ୍ରୀ ସାବିତ୍ରୀଙ୍କ ଦେହାନ୍ତ ହୋଇଥିଲା । କିନ୍ତୁ ସମ୍ପୃକ୍ତା ମହିଳାଙ୍କ ଦେହାନ୍ତ ପରେ ସେ ନିଜେ ଦସ୍ତଖତ କରି ଟଙ୍କା ଉଠାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହା ସ୍ଥାନୀୟ ଲୋକଙ୍କୁ ତାଜୁବ କରିଛି । କେବଳ ଏତିକି ନୁହେଁ, ଏକାଧିକ ଲୋକଙ୍କ ନାମରେ ହରିଶ୍ଚନ୍ଦ୍ର ଯୋଜାନାରେ ଟଙ୍କା ଉଠାଣ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କ​‌ରେ ନୀଳଗିରି ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ ଜାଣିବା ପରେ ଔପଦା ବିଡିଓଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories