ବିଜେଡିର ମଞ୍ଜୁଲତା ଡେପୁଟି ମେୟର ପ୍ରାର୍ଥୀ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ଡେପୁଟି ମେୟର ଭାବେ ବିଜେଡିର ମଞ୍ଜୁଲତା କହଁର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୨୨ ନଂ ୱାର୍ଡର କର୍ପୋରେଟର ମଞ୍ଜୁଲତାଙ୍କ ନାମରେ ଦଳ ପକ୍ଷରୁ ମୋହର ବାଜିଛି । ପୂର୍ବରୁ ଏ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଶେଷରେ ବିଜେଡି  ମହିଳା କାର୍ଡ ଖେଳି ମଞ୍ଜୁଲତାଙ୍କୁ ପ୍ରାର୍ଥୀ କରିଛି । ଦଳର ସଂଖ୍ୟାଗରିଷ୍ଠତା ଥିବାରୁ ମଞ୍ଜୁଲତା ଡେପୁଟି ମେୟର ହେବା ଥୟ ହୋଇଛି । ସୁଲୋଚନା ଦାସ ମେୟର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ଜଣେ ପୁରୁଷଙ୍କୁ ଡେପୁଟି ମେୟର କରିବାନେଇ ଆଶା କରାଯାଉଥିଲା। ତେବେ ଅସନ୍ତୋଷ ଓ ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ମଞ୍ଜୁଲତାଙ୍କୁ ଡେପୁଟି ମେୟର କରାଯାଉଥିବା ଶୁଣିବାକୁ ମିଳୁଛି।

 

kalyan agarbati

Comments are closed.