www.samajalive.in
Wednesday, December 10, 2025
18.1 C
Bhubaneswar

ଘରୁ ରାଗି ପଳାଇ ଆସିଲେ ଯୁବକ: ପିଇଲେ ବିଷ, ଜାଳିଲେ ବୁଲେଟ

ନୀଳଗିରି: ବାଲେଶ୍ୱର ଜିଲା ଅନ୍ତର୍ଗତ ନୀଳଗିରି ବ୍ଲକ ଅଧୀନ ବରହମପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି। ଘରୁ ରାଗି ପଳାଇ ଆସିବା ପରେ ବୁଲେଟକୁ ଜାଳି ଦେଇ ଜଣେ ଯୁବକ ବିଷ ପିଇ ଗୁରୁତର ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଅଧୀନ ବାଙ୍କିସାହି ଗାଁର ଜଗବନ୍ଧୁ ଗିରିଙ୍କ ପୁଅ ଦୀପକ (୩୦) ଗୁରୁବାର ମଧ୍ୟାହ୍ନରେ ଘରୁ କଳିଗୋଳ କରି ବୁଲେଟ ଧରି ପଳାଇ ଆସିଥିଲେ। ଘରଠାରୁ ପ୍ରାୟ ୮/୧୦କିମି ଦୂର ତଥା ଆରବନ୍ଧ ପଞ୍ଚାୟତ ଅଧୀନ ବାଘଯନ୍ତା ଜଙ୍ଗଲରେ ତାଙ୍କର ବୁଲେଟ୍‌ ହୁତୁ ହୁତୁ ହୋଇ ନିଆଁ ଜଳୁଥିବା ଦେଖି ସ୍ଥାନୀୟଲୋକେ ସେଠାରେ ରୁଣ୍ଡ ହୋଇ ପଡ଼ିଥିଲେ। ଦୀପକ ତାଙ୍କ ବୁଲେଟକୁ ଜାଳି ଦେଇ ନିଜେ ବିଷ ପାନ କରିଥିବା ଲୋକେ ଜାଣିବାକୁ ପାଇଥିଲେ।

 

- Advertisement -

ସ୍ଥାନୀୟ ଲୋକେ ତାଙ୍କୁ ଚିହ୍ନଟ କରି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ବରହମପୁର ମେଡିକାଲକୁ ନିଆଯାଇଥିଲା। ଯୁବକ ଜଣକ ଗୁରୁତର ଥିବା ଦେଖି ଡ୍ୟୁଟିରେ ଥିବା ଡାକ୍ତର ସୂରଜ ଜେନା ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ତେବେ ଏହି ଘଟଣା ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଉପୁଜି ଥାଇପାରେ ବୋଲି ଚର୍ଚ୍ଚା ହୋଇଛି। ଘଟଣାସ୍ଥଳରେ ବରହମପୁର ପୁଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories