ନୀଳଗିରି: ଦିନକୁ ଦିନ ଗୋ ଚାଲାଣକାରୀଙ୍କ ଦୌରାତ୍ମ ବୃଦ୍ଧି ପାଉଥିବା ବେଳେ ବୁଧବାର ପ୍ରତ୍ୟୁଷରେ ଗୋ ଚାଲାଣକାରୀଙ୍କ ଆକ୍ରମଣରେ ଜଣେ ଗୁରୁତର ହୋଇ ନୀଳଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ବର ଜିଲା ଅଧୀନ ଖନ୍ତାପଡା ଥାନା ସେରଗଡ଼ ଛକ ନିକଟରେ ୩ଟି କଣ୍ଟେନରରେ ଗୋରୁ ଭର୍ତି ହୋଇଥିବା ଖବରପାଇ ମା ଭାରତୀ ଗୋ ସେବା କେନ୍ଦ୍ରର ୨୦ରୁ ଉର୍ଦ୍ଧ୍ବ କର୍ମୀ ପହଞ୍ଚି ଅଟକାଇ ଥିଲେ।
ଗୋ ଚାଲାଣ ହେଉଥିବା କଣ୍ଟେନର ପଛପଟୁ ଚାରୋଟି ଗାଡ଼ିରେ ଭର୍ତି ହୋଇ ଗୋ ଚାଲାଣକାରୀଙ୍କ ସମର୍ଥକ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ କପିଳେଶ୍ୱର ରାଉତ ନାମକ କର୍ମୀ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।
ଗୋ ଚାଲାଣକାରୀଙ୍କ ଆକ୍ରମଣରେ ଗୋ ସୁରକ୍ଷାକର୍ମୀ ଗୁରୁତର
Popular Categories



