www.samajalive.in
Monday, December 8, 2025
27.1 C
Bhubaneswar

ସରକାର ବିରୋଧୀ ଷଡଯନ୍ତ୍ର ସନ୍ଦେହରେ ୨ଗିରଫ ; ଆତଙ୍କବାଦୀ ଗୋଷ୍ଠୀ ଗଠନ ଅଭିଯୋଗ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଓ ଷଡଯନ୍ତ୍ର ଅଭିଯୋଗରେ ଜାତୀୟ ତଦନ୍ତ ସଂସ୍ଥା-ଏନଆଇଏ ତାମିଲନାଡୁର ନାଗାପାଟ୍ଟିନମ୍‍ରୁ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଚେନ୍ନାଇର ସୟଦ ମହମ୍ମଦ ବୁଖାରୀ ଓ ନାଗାପାଟ୍ଟିନମ୍‍ର ହାସନ ଅଲ୍ଲୀ ଓ ହାରିଶ୍‍ ମହମ୍ମଦଙ୍କ ବାସଭବନରେ ଶନିବାର ଏନଆଇଏ ଚଢଉ କରିବା ପରେ ଏହି ପଦକ୍ଷେପ ନେଇଛି। ଅନ୍‍ସାରୁଲ୍ଲା ନାମକ ଏକ ଆତଙ୍କବାଦୀ ଗୋଷ୍ଠୀ ଗଠନ କରୁଥିବା ଅଭିଯୋଗରେ ସେ ଦୁହିଁଙ୍କ ବିରୁଦ୍ଧରେ ବିଭିନ୍ନ ଦଫା ଲାଗୁ କରାଯାଇଛି। ସେମାନେ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରି ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବାର ଷଡଯନ୍ତ୍ର କରୁଥିବାର ମଧ୍ୟ ସନ୍ଦେହ କରାଯାଉଛି। ସେମାନଙ୍କଠାରୁ ଜିହାଦୀ ଆକ୍ରମଣକୁ ପ୍ରୋତ୍ସାହିତ କରୁଥିବା କିଛି ଲେଖା ସମ୍ବଳିତ ଛାପା କାଗଜ ଏବଂ ଅନେକଗୁଡିଏ ଇଲେକ୍‍ଟ୍ରୋନିକ୍‍ ଗାଜେଟ୍‍ ମଧ୍ୟ ଜବତ କରାଯାଇଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories