www.samajalive.in
Monday, December 8, 2025
27.1 C
Bhubaneswar

ଏନ୍‍ଏଚ୍‍-୪୯ ର ଦୁରବସ୍ଥା ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ବାରକୋଟ ବ୍ୟବସାୟୀ ଏବଂ ସ୍ଥାୟୀ ବାସୀନ୍ଦା

ଦେବଗଡ଼ : ୪୯ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ଏଥିଜନିତ ବାରକୋଟ ସ୍ଥିତ ବଣେଇଁ ଛକଠାରୁ ଇଲେକଟ୍ରିକ ସବଷ୍ଟେସନ ପର୍ଯ୍ୟନ୍ତ ୪୯ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା ନେଇ ଆଜି ବାରକୋଟ ବଜାର ବ୍ୟବସାୟୀ ସଂଘ ଓ ସ୍ଥାନୀୟ ବାସୀନ୍ଦାମାନେ ଦେବଗଡ ଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିସହ ଆଗାମୀ ୨ ସପ୍ତାହ ମଧ୍ୟରେ ଜିଲା ପ୍ରଶାସନ ପକ୍ଷରୁ ଏହି ସମସ୍ୟାର ସମାଧାନ କରାନଯାଏ ତେବେ ବାରକୋଟ ସ୍ଥିତ ରାଜସ୍ୱ ବିଭାଗ କାର୍ଯ୍ୟାଳୟ ସମ୍ମୂଖରେ ସମୁହ ଆମରଣ ଅନଶନରେ ବସିବେ ବୋଲି ଲିଖିତ ଚେତାବନୀ ଦେଇଥିବା ଜଣାପଡ଼ିଛି। ଆଜି ପୂର୍ବାହ୍ନରେ ବାରକୋଟ ବଜାର ବ୍ୟବସାୟୀ ସଂଘର ସଭାପତି ପ୍ରଶାନ୍ତ କୁମାର ବିନ୍ଧାଣୀ ଓ ସମ୍ପାଦକ ସରଜୁ କୁମାର ମେଣ୍ଡୁଳିଙ୍କ ନେତୃତ୍ୱରେ ବହୁ ବ୍ୟବସାୟୀ ଏବଂ ବଣେଇଁ ଛକଠାରୁ ଇଲେକଟ୍ରିକ ସବଷ୍ଟେସନ ମଧ୍ୟରେ ୪୯ ନମ୍ବର ଜାତୀୟ ରାଜପଥ କଡରେ ବସବାସ କରୁଥିବା ବହୁ ସ୍ଥାୟୀ ବାସୀନ୍ଦା ଦେବଗଡ ଜିଲାପାଳଙ୍କୁ ଇ-ମେଲ ଯୋଗେ ଏମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦୀର୍ଘ ୨ ବର୍ଷ ହେଲା ୪୯ ନମ୍ବର ଜାତୀୟ ରାଜପଥର ପ୍ରସସ୍ତିକରଣ (ଫର୍‍ୱେ) କାର୍ଯ୍ୟ ଚାଲିଥିଲେ ହେଁ ନିର୍ମାଣକାରୀ ସଂସ୍ଥା ସଠିକ ଭାବେ ନିର୍ମାଣ କାର୍ଯ୍ୟ ନକରିବାରୁ ବଣେଇଁ ଛକଠାରୁ ଇଲେକଟ୍ରିକ ସବଷ୍ଟେସନ ପର୍ଯ୍ୟନ୍ତ ୪୯ ନମ୍ବର ଜାତୀୟ ରାଜପଥରେ ବଡବଡ ବର୍ତ୍ତମାନ ସୃଷ୍ଟି ହେବାସହ ପ୍ରବଳ ମାତ୍ରାରେ ଧୂଳି ଉଡି ଜନଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ପ୍ରତ୍ୟହ ଦୁର୍ଘଟଣା ଘଟୁଛି। ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ବଡବଡ ଗର୍ତ୍ତ ସୃଷ୍ଟି ହୋଇଥିଭାବେଳେ ସେଥିରୁ ଏତେ ମାତ୍ରାରେ ଧୂଳି ଉଡୁଛି ଯେ,ଦିନବେଳା ମଧ୍ୟ ୫୦ ମିଟର ଦୂରତ୍ୱ ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେଉନାହିଁ। ଏହି କାରଣରୁ ବିଶେଷ ଭାବେ ସମ୍ପୃକ୍ତ ଅଞ୍ଚଳର ବୃଦ୍ଧ ବୃଦ୍ଧା ତଥା ଶିଶୁ ମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିବ ବିଗିଡିବାରେ ଲାଗିଛି। ପ୍ରାୟ ଏକବର୍ଷ ପୂର୍ବେ ଗତ ନଭେମ୍ବର ମାସରେ ରାଜସ୍ୱ ବିଭାଗ ଦ୍ୱାରା ଭୂମି ଅଧିଗ୍ରହଣ ନିମନ୍ତେ ଥ୍ରୀଡି ନୋଟିଫିକେସନ ହୋଇଥିଲେ ହେଁ ଅଦ୍ୟାବଧି ରାଜସ୍ବ ବିଭାଗ ପକ୍ଷରୁ ଏହାର ମାପ ଓ ମୂଲ୍ୟାୟନ କରାଯାଇନାହିଁ। ଏଣୁ ଶୋଚନୀୟ ହୋଇପଡ଼ିଥିବା ନିର୍ମାଣାଧିନ ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ବାସୀନ୍ଦା ମାନେ ବ୍ୟବସାୟୀ ଉପରୋକ୍ତ ସମମ୍ୟାର ସମ୍ମୁଖିନ ହେଉଛନ୍ତି। ଅନ୍ୟପକ୍ଷରେ ବାରକୋଟ ତହସିଲଦାରଙ୍କୁ ଏ ସମ୍ପର୍କରେ ପଚାରିଲେ ସେ କୌଣସି ଉତ୍ତର ଦେଉନଥିବା ମଧ୍ୟ ବାରକୋଟ ବଜାର ବ୍ୟବସାୟୀ ସଂଘ ଏବଂ ସ୍ଥାନୀୟ ବାସୀନ୍ଦା ମାନଙ୍କ ପକ୍ଷରୁ ଉପରୋକ୍ତ ସ୍ମାରକପତ୍ର ମାଧ୍ୟମରେ ଅଭୀଯୋଗ କରାଯାଇଛି। ଏଥିସହ ଉପରୋକ୍ତ ସ୍ମାରକପତ୍ରର ନକଲ ବାରକୋଟ ତହସିଲଦାର ତଥା ଭୂମି ଅଧିଗ୍ରହଣ ଅଧିକାରୀ ,ଏନ.ଏଚ୍‍.ଏ.ଆଇ. (ନ୍ୟାଶନାଲ ହାଇୱେ ଅଥୋରିଟୀ ଅଫ ଇଣ୍ଡିଆ)ର ପ୍ରକଳ୍ପ ନିର୍ଦ୍ଦେଶକ, ବାରକୋଟ ଥାନା ଅଧିକାରୀ ଏବଂ ନର୍ମାଣକାରୀ ସଂସ୍ଥା ଓରିଏଣ୍ଟାଲ କମ୍ପାନୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories